ଅଗଷ୍ଟ ମାସରେ ୩୦% ବଢିଲା ଜିଏସଟି ରାଜସ୍ୱ ସଂଗ୍ରହ,ପୁଣି ପାର କଲା ଏକ ଲକ୍ଷ କୋଟି
Khabar Odisha:GST-revenue-collection-increased-by-30-in-August-again-crossing-Rs-1-lakh-crore

ନୁଆଦିଲ୍ଲୀ, ସେପ୍ଟେମ୍ବର ୧ (ଖବର ଓଡ଼ିଶା): ୨୦୨୧ ଅଗଷ୍ଟ ମାସରେ ମୋଟ ୧.୧୨କୋଟି ଜିଏସଟି ରାଜସ୍ୱ ସଂଗ୍ରହ ହୋଇଥିବା କେନ୍ଦ୍ର ସରକାର ଆଜି ସୂଚନା ଦେଇଛନ୍ତି । ଯେଉଁଥିରୁ କେନ୍ଦୀୟ ଜିଏସଟି ୨୦,୫୨୨ କୋଟି, ରାଜ୍ୟ ଜିଏସଟି ୨୬,୬୦୫ କୋଟି, ଓ ମିଳିତ ଜିଏସଟି ୫୬,୨୪୭ କୋଟି ଏବଂ ସେସ ହେଉଛି ୮,୬୪୬ କୋଟି ।

ଚଳିତ ଅଗଷ୍ଟ ମାସ ପାଇଁ ଆୟ ରାଜସ୍ୱ ଗତ ବର୍ଷ ସମାନ ମାସରେ ଜିଏସ୍ଟି ଆୟ ତୁଳନାରେ ୩୦% ଅଧିକ ଅଟେ । ଲଗାତାର ଦ୍ୱୀତିୟ ମାସ ମଧ୍ୟରେ ଜିଏସଟି ରାଜସ୍ୱ ସଂଗ୍ରହ ଲକ୍ଷେ କୋଟି ପାର କରିଛି । ଯାହା ସ୍ପଷ୍ଟ ଭାବରେ ସୂଚାଉଛି ଯେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ସୁଧୁରୁଛି । ସରକାର ରାଜସ୍ୱ ଫାଙ୍କୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ବିଶେଷକରି ନକଲି ବିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ବର୍ଦ୍ଧିତ ଜିଏସ୍ଟି ସଂଗ୍ରହରେ ସହଯୋଗ କରୁଛି । ଏହିପରି ଜିଏସ୍ଟି ରାଜସ୍ୱ ଆସନ୍ତା ମାସରେ ମଧ୍ୟ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି । 

ଅଗଷ୍ଟ ମାସରେ ମହାରାଷ୍ଟ୍ରରୁ ସର୍ବାଦିକ ୧୫,୧୭୫ କୋଟି ଜିଏସଟି ସଂଗ୍ରହ କରାଯାଇଥିଲା ବେଳେ ଏହା ପଛକୁ ଦ୍ୱୀତିୟ ଓ ତୃତୀୟରେ ଗୁଜୁରାଟରୁ ୭,୫୫୬ କୋଟି, କର୍ଣ୍ଣାଟକରୁ ୭,୪୨୯ କୋଟି ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି । ସେହିପରି ଓଡିଶାରୁ ଗତ ମାସରେ ୩,୩୧୭ କୋଟି ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି ।

  • Tags:

Subscribe

National International State Sports Entertainment