ଲଣ୍ଡନ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୭ ଦିନିଆ ଲଣ୍ଡନ ଗସ୍ତ ଅଛନ୍ତି। ଏହି ଅବସରରେ ସେ ଆଜି ଚିଲିକା ନାମରେ ଏକ ଓଡିଆ ରେଷ୍ଟୁରାଣ୍ଟ ର ଶୁଭ ଉଦଘାଟନ କରିଛନ୍ତି। ଏହି ଓଡିଆ ରେଷ୍ଟୁରାଣ୍ଟ ରେ ଓଡିଆ ଏବଂ ଭାରତୀୟ ଖାଦ୍ୟ ଉପଲବ୍ଧ ହେବ। ଏହି ଶୁଭାରମ୍ଭ ସମୟରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ମେୟର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଓଡିଆ ଲୋକଙ୍କ ସହ ଆଲୋଚନା ମଧ୍ଯ କରିଥିଲେ। ଏହି ରେଷ୍ଟୁରାଣ୍ଟ ଉଦଘାଟନ ବେଳର କିଛି ଫଟୋ ଓ ଭିଡିଓ ପ୍ରଭାତୀ ପରିଡା ନିଜ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରିଛନ୍ତି।
ସୂଚନା ଯୋଗ୍ୟ ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ। ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଗସ୍ତ କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନରେ ଆକୃଷ୍ଟ କରିବା ପାଇଁ କନକ୍ଳେଭର ମୁଖ୍ଯ ଉଦ୍ଦେଶ୍ଯ।