ନୂଆଦିଲ୍ଲୀ, ଫେବ୍ରୁଆରୀ ୧୮ (ଖବର ଓଡ଼ିଶା): ଜୋନାଥନ ମା ହେଉଛନ୍ତି ଜଣେ ପ୍ରସିଦ୍ଧ ୟୁଟ୍ୟୁବର । ତାଙ୍କର ୟୁଟ୍ୟୁବ୍ରେ ‘ଜୋମା ଟେକ୍’ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଅଛି । ଜୋନାଥନ ଏଥିପାଇଁ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି । କାରଣ ସେ ମାତ୍ର ୪୨ ସେକେଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ମାତ୍ର ସବୁକିଛି କାଟି ତାଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିଛି । କିନ୍ତୁ ଏହା କେମିତି ହେଲା, ସେ ବିଷୟରେ ମଧ୍ୟ ଜାଣିବାର ଆବଶ୍ୟକତା ଅଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜୋନାଥନ ମା ନିଜର ଏନ୍ଏଫ୍ଟି କଲେକଶନ ଜାରି କରିଛନ୍ତି । ଏହା ଦ୍ୱାରା ସେ ଜଣେ ଫିଲ୍ମ ନିର୍ମାତା ହୋଇପାରିବେ । ଏଭଳି ଚିନ୍ତାଧାରା ନେଇ ସେ ଏନ୍ଏଫ୍ଟି ଜାରି କରିଥିଲେ । ସେ ଏନଏଫଟି କଲେକଶନ ପାଇଁ ଡିସ୍କୋର୍ଡ ସର୍ଭର କରିଥିଲେ । ଏହା ହେଉଛି ଏଭଳି ସର୍ଭର, ଯାହା ଲୋକେ ଅନେକ ଏନଏଫଟି କଲେକଶନ ଦେଖିପାରିବେ । କିନ୍ତୁ ଏଥିପାଇଁ ଜୋନାଥନଙ୍କ ଏନ୍ଏଫଟି ଥିବା ଦରକାର । ପ୍ରାଇଭେଟ ଡିସ୍କୋର୍ଡ (ପ୍ରାଇଭେଟ ସର୍ଭର)ରେ ଦେଖିପାରିବେ ।
ଜୋନାଥନ ମା ୟୁଟ୍ୟୁବ୍ରେ କମ୍ପ୍ୟୁଟର ପ୍ରୋଗ୍ରାମିଂ, କ୍ରିପ୍ଟୋ ଓ ଟେକନିକ ସଂପର୍କିତ ଭିଡିଓ ପ୍ରସ୍ତୁତ କରନ୍ତି । ତାଙ୍କର ୟୁଟ୍ୟୁବରେ ୧୬ ଲକ୍ଷରୁ ଅଧିକ ସବ୍ସ୍କ୍ରାଇବର ଅଛନ୍ତି । ଫୁଲଟାଇମ୍ ୟୁଟ୍ୟୁବର ହେବା ପୂର୍ବରୁ ସେ ଫେସବୁକ ଓ ଗୁଗଲରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ । ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।