‘ଟାଟା ଷ୍ଟିଲ’ର ବଡ଼ ନିଷ୍ପତ୍ତି: ଯୁଦ୍ଧ ମଧ୍ୟରେ ରୁଷିଆ ସହିତ ବନ୍ଦ କରିବ ବ୍ୟବସାୟ
Khabar Odisha:Business-Tata-Steel-to-stop-doing-business-with-Russia-invasion-on-Ukraine-war-after-Infosys

ନୂଆଦିଲ୍ଲୀ, ଏପ୍ରିଲ ୨୧ (ଖବର ଓଡ଼ିଶା): ଦେଶର ସର୍ବବୃହତ୍ତ ଷ୍ଟିଲ କଂପାନୀ ‘ଟାଟା ଷ୍ଟିଲ୍‌’ ଖୁବ ଶୀଘ୍ର ରୁଷିଆ ସହିତ ନିଜର ବ୍ୟବସାୟ ବନ୍ଦ କରିବ । ରୁଷିଆ-ୟୁକ୍ରେନ୍ ଯୁଦ୍ଧ କାରଣରୁ ଅନେକଗୁଡ଼ିଏ ଅନ୍ତର୍ଜାତୀୟ କଂପାନୀ ରୁଷିଆରେ ନିଜର ବ୍ୟବସାୟ ବନ୍ଦ କରିସାରିଛନ୍ତି । ଏହି କ୍ରମରେ ଟାଟା ଷ୍ଟିଲ ମଧ୍ୟ ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । 

ଟାଟା ଷ୍ଟିଲ ଏକ ବୟାନରେ କହିଛି ଯେ, ରୁଷିଆରେ ଏବେ ଆମେ କୌଣସି କଂପାନୀ ପରିଚାଳନା କରୁନାହିଁ । ସେଠାରେ ଆମର କୌଣସି ଅପରେସନ ନାହିଁ । ରୁଷିଆରେ ଆମର କୌଣସି କର୍ମଚାରୀ ନାହାନ୍ତି । ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବା ନେଇ ବହୁତ ଚିନ୍ତା କରାଯାଇଛି । 

ଗଣମାଧ୍ୟମର ଖବର ଅନୁସାରେ ରୁଷିଆରୁ ଟାଟା ଷ୍ଟିଲ କୋଇଲା ଆମଦାନୀ କରିଥାଏ । ଟାଟା ଷ୍ଟିଲର କଂପାନୀ ରୁଷିଆ ବ୍ୟତୀତ ବ୍ରିଟେନ ଓ ନେଦରଲାଣ୍ଡର ମଧ୍ୟ ଅଛି । କଂପାନୀ ପକ୍ଷରୁ କୁହାଯାଇଛି ଯେ, କାରଖାନାରୁ ରପ୍ତାନୀ ଠିକ ରଖିବା ପାଇଁ ବିକଳ୍ପ ରାସ୍ତା ଖୋଜାଯାଉଛି । 

 

  • Tags:

Subscribe

National International State Sports Entertainment