ଭାରତୀୟ ରିଜର୍ଭ ବ୍ୟାଙ୍କର ଆଦେଶ: ଆକ୍ସିସ ବ୍ୟାଙ୍କକୁ ୨୫ ଲକ୍ଷ ଟଙ୍କା ଜରିମାନା
Khabar Odisha:Business-Reserve-Bank-of-India-imposes-fine-of-Rs-25-lakh-on-Axis-bank

ମୁମ୍ବାଇ, ସେପ୍ଟେମ୍ବର ୦୨ (ଖବର ଓଡ଼ିଶା): ଦେଶର ଅନ୍ୟତମ ଘରୋଇ ବ୍ୟାଙ୍କ ‘ଆକ୍ସିସ ବ୍ୟାଙ୍କ’କୁ ୨୫ ଲକ୍ଷ ଟଙ୍କା ଜରିମାନା ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଏହା କହିଛି । ନିଜର ଗ୍ରାହକଙ୍କ ପ୍ରତି କିଛି ବ୍ୟବସ୍ଥାର ଉଲ୍ଲଂଘନ କରିଥିବାରୁ ଆକ୍ସିସ ବ୍ୟାଙ୍କକୁ ଜରିମାନା ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ୨୦୨୦ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଆକ୍ସିସ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଖାତା ଯାଂଚ କରାଯାଇଥିଲା । ତଦନ୍ତରେ ଜାଣିବାକୁ ମିଳିଛି ଯେ, ବ୍ୟାଙ୍କ ଆରବିଆଇର କେୱାଇସିକୁ ନେଇ ଜାରି ନିର୍ଦ୍ଦେଶ ୨୦୧୬ରେ ନିହିତ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ହୋଇଛି । 

ବୟାନ ଅନୁସାରେ ବ୍ୟାଙ୍କ ସମ୍ବନ୍ଧିତ ଖାତାର ସମ୍ବନ୍ଧ ଉଚିତ ଯାଂଚ-ପରଖିବାରେ ବିଫଳ ରହିଛି । ଗ୍ରାହକଙ୍କୁ ବ୍ୟାଙ୍କ ଏହା ସୁନିଶ୍ଚିତ କରିପାରି ନାହିଁ ଯେ, ଗ୍ରାହକଙ୍କ ଖାତାରେ ନେଣ-ଦେଣ ତାଙ୍କର କାରବାର ଏବଂ ପ୍ରୋଫାଇଲର ଅନୁରୂପ ଅଟେ । ଆରବିଆଇ ଏନେଇ ବ୍ୟାଙ୍କକୁ ନୋଟିସ ଜାରି କରିଛି । ନୋଟିସର ଜବାବ ଏବଂ ମୌଖୀକ ସ୍ପଷ୍ଟୀକରଣ ଉପରେ ବିଚାର କରିବା ପରେ ଜରିମାନା ଲଗାଇବାର ନିଷ୍ପତ୍ତି ନିଆଯାଇଛି । 

 

  • Tags:

Subscribe

National International State Sports Entertainment