ଭାବୀ ବୋହୂଙ୍କ ପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜ କଲେ ମୁକେଶ ଅମ୍ବାନୀ
Khabar Odisha:Business-Nita-Ambani-Mukesh-Ambani-aAangnetram-ceremony-for-Radhika-Merchant-at-Jio-World-Centre

ମୁମ୍ବାଇ, ଜୁନ୍ ୦୬ (ଖବର ଓଡ଼ିଶା): ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀ ନିଜର ଭାବି ବୋହୂ ରାଧିକା ମର୍ଚେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ସମାରୋହ (ଅରଙ୍ଗେତ୍ରମ)ର ଆୟୋଜନ କରିଛନ୍ତି । ଏହି ସମାରୋହ ମୁମ୍ବାଇର ଜିଓ ୱାଲ୍ଡ ସେଣ୍ଟରରେ ହୋଇଛି । ଏଥିରେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତି ଅତିଥି ଥିଲେ । 

ରାଧିକା ମର୍ଚେଣ୍ଟ ଶିଳ୍ପପତି ଶୈଳା ଓ ବୀରେନ ମର୍ଚେଣ୍ଟଙ୍କ ଝିଅ । ୨୦୧୯ରେ ରାଧିକାଙ୍କ ନିର୍ବନ୍ଧ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହିତ ହୋଇଥିଲା । ରାଧିକା ଅନେକ ଥର ଅମ୍ବାନୀ ପରିବାରର କାର୍ଯ୍ୟକ୍ରମକୁ ଯାଇଛନ୍ତି । 

ଏହି ସମାରୋହ ପାଇଁ ଅମ୍ବାନୀ ପରିବାରର ବଡ଼ବୋହୂ ଶ୍ଲୋକା ମେହତା ସମସ୍ତଙ୍କ ସହିତ ପହଞ୍ଚି ଥିଲେ । ଶ୍ଲୋକାଙ୍କ ସହିତ ପୁଅ ପୃଥ୍ୱୀଙ୍କୁ ମଧ୍ୟ ସମାରୋହରେ ଦେଖାଯାଇଥିଲା । ଗୋଲାପି ସାଢ଼ି ପିନ୍ଧି ଶ୍ଲୋକା ବହୁତ ସୁନ୍ଦର ଦେଖାଯାଉଥିଲେ । ପୃଥ୍ୱୀ ମଧ୍ୟ ମା’ଙ୍କ ପୋଷାକ ମେଚିଂ କଲା ଭଳି ଡ୍ରେସ୍ ପିନ୍ଧିଥିଲା । ଏହି ସମାରୋହରେ ଶିଳ୍ପପତିଙ୍କ ବ୍ୟତୀତ ବଲିଉଡ ତାରକା ମଧ୍ୟ ପହଞ୍ଚି ଥିଲେ । ସଲମାନ ଖଶନ ଓ ରଣବୀର ସିଂହଙ୍କୁ ମଧ୍ୟ ଦେଖାଯାଇଥିଲା । 

ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକରେ ଏହି କାର୍ଯ୍ୟକ୍ରମରେ ନିଜ ମା’ ରଶ୍ମି ଠାକରେ ଓ ଭାଇ ତେଜସ ଠାକରେଙ୍କ ସହିତ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଖୁସିରେ ନିଜ ନାତିଙ୍କ ସହିତ ପୋଜ ଦେଇଥିଲେ । ପାଖରେ ବଡ଼ପୁଅ ଆକାଶ ଅମ୍ବାନୀ ମଧ୍ୟ ଥିଲେ । 

 

  • Tags:

Subscribe

National International State Sports Entertainment