ଆଜିଠୁ ପୂରା ଦେଶରେ ନାହିଁ, କେବଳ ୨୫୬ ଜିଲ୍ଲାରେ ଲାଗୁ ହେବ ଗୋଲ୍ଡ ହଲମାର୍କିଂ
Khabar Odisha:Business-Mandatory-hallmarking-will-be-implemented-in-phased-manner-starting-in-256-districts

ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡ଼ିଶା): ଗୋଲ୍ଡ ହଲମାର୍କିଂର ନିୟମ ଆଜି ଠାରୁ ପୂରା ଦେଶରେ ଏକକାଳୀନ ଲାଗୁ ହେଉଛି । ପୂର୍ବରୁ ଜ୍ୱେଲର୍ସମାନେ ସରକାରଙ୍କୁ କହିଥିଲେ ଯେ, ସେମାନେ ଏବେ ଏହାକୁ ପୂରା ଲାଗୁ କରିବାକୁ ପ୍ରସ୍ତୁତ ନୁହନ୍ତି । ଏହି କ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ନିର୍ଦ୍ଧାରିତ ହେଲା ଯେ, ଏକକାଳୀନ ଲାଗୁ କରାନଯାଇ ଅନେକ ପର୍ଯ୍ୟାୟରେ କରାଯିବ । ଅନ୍ୟପଟରେ ଛୋଟ ଜ୍ୱେଲର୍ସଙ୍କୁ ଗୋଲ୍ଡ ହଲମାର୍କିଂରୁ ବାହାରେ ରଖାଯାଇଛି । 

ପୀୟୁଷ ଗୋୟଲ ବୈଠକରେ ଘୋଷଣା କରିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ଆଜି ଅର୍ଥାତ ୨୦୨୧ ଜୁନ ୧୬ରେ ଦେଶର ୨୫୬ଟି ଜିଲ୍ଲାରେ ବାଧ୍ୟତାମୂଳକ ଭାବେ ହଲମାର୍କିଂ ଲାଗୁ ହେବ । ଏହି ଜିଲ୍ଲା ଗୁଡ଼ିକରେ ହଲମାର୍କିଂ ସେଣ୍ଟର ପୂର୍ବରୁ ରହିଛି । ସରକାର ଜ୍ୱେଲର୍ସ ନିର୍ମାତାଙ୍କୁ ସମୟ ଦେଇଛନ୍ତି । ସେପଟେମ୍ବର ୧ ତାରିଖ ମଧ୍ୟରେ ପୁରୁଣା ଷ୍ଟକରେ ହଲମାର୍କିଂ କରିବାକୁ ପଡ଼ିବ । ଏହାରି ମଧ୍ୟରେ କୌଣସି ବ୍ୟବସାୟୀଙ୍କୁ ଜରିମାନା କରାଯିବ ନାହିଁ । 

 

 

  • Tags:

Subscribe

National International State Sports Entertainment