ଜିଓ ଧମାକା ଅଫର: ୧୫୦ ଟଙ୍କା ଶସ୍ତା ହେଲା ୩ ମାସିଆ ପ୍ଲାନ! ଜାଣନ୍ତୁ କେମିତି କରିବେ ରିଚାର୍ଜ
Khabar Odisha:Business-Jio-prepaid-plan-price-drop-666-plan-discount-of-150-Rs-on-Paytm-buy-now

ନୂଆଦିଲ୍ଲୀ, ଅଗଷ୍ଟ ୦୩ (ଖବର ଓଡ଼ିଶା): ମୋବାଇଲ ସେବା ନେଇ ରିଲାୟନ୍ସ ଜିଓ ସବୁବେଳେ ଚର୍ଚ୍ଚାକୁ ଆସିଥାଏ । ୫ଜିକୁ ନେଇ ଜିଓ ଆକାଶ ଅମ୍ବାନୀ ସଂକେତ ଦେଇସାରିଛନ୍ତି ଯେ, ଜିଓର ୫ଜି ସେବା ଅଗଷ୍ଟ ୧୫ରୁ ଆରମ୍ଭ ହୋଇପାରେ । ଜିଓର ପ୍ଲାନ୍ସ ମଧ୍ୟ ଚର୍ଚ୍ଚାକୁ ଆସିଛି । ଜିଓର ପ୍ଳାନରେ ଏବେ ରିହାତି ମିଳୁଛି । ଜିଓ ରିଚାର୍ଜ ଉପରେ ଏବେ ସ୍ୱତନ୍ତ୍ର ରିହାତି ଦିଆଯାଉଛି । ରିହାତିରୁ ଲାଭ ଉଠାଇବା ପାଇଁ କଂପାନୀ ସହଜ ମାଧ୍ୟମ ମଧ୍ୟ ବାହାର କରିଛି । 

ଜିଓର ସବୁଠାରୁ ଲୋକପ୍ରିୟ ପ୍ଲାନ ହେଉଛି ୮୪ ଦିନିଆ ପ୍ଲାନ । ଏହାର ଦର ୬୬୬ ଟଙ୍କା । ଏହି ପ୍ଲାନକୁ ଅଧିକ ଗ୍ରାହକ ବ୍ୟବହାର କରିଥାନ୍ତି । ତେବେ ଏହି ପ୍ଲାନକୁ ପସନ୍ଦ କରୁଥିବା ୟୁଜର୍ସଙ୍କ ପାଇଁ ଭଲ ଖବର ଆସିଛି । ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବା ଦ୍ୱାରା ଭଲ ଅଫର ମିଳୁଛି । ଯଦି ଆପଣ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ଲାଭ ହେବ ।

ରିହାତି ପାଇବା ପାଇଁ ଆପଣଙ୍କୁ ପ୍ରୋମୋ କୋଡ ଦରକାର ପଡ଼ିବ । ପ୍ରୋମୋ କୋଡ ସେମାନଙ୍କ ସାମ୍ନାକୁ ଆସିବ, ଯାହାଙ୍କର ନମ୍ବରରେ ଏହି ଅଫର ଲାଗୁ ହେବ । ଯଦି ଆପଣଙ୍କ ନିକଟକୁ ପ୍ରୋମୋ କୋଡ ଆସି ନାହିଁ, ତାହେଲେ ଏହି ସୁବିଧା ଆପଣଙ୍କୁ ମିଳିପାରିବ ନାହିଁ । ଯଦି ଆପଣଙ୍କୁ ପ୍ରୋମୋ କୋଡ ମିଳୁଛି, ତାହେଲେ ୧୫୦ ଟଙ୍କା ରିହାତିରେ ୮୪ ଦିନିଆ ରିଚାର୍ଜ ପ୍ଲାନ ନେଇପାରିବେ । 

 

  • Tags:

Subscribe

National International State Sports Entertainment