ପାମ୍ ଅଏଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ, ଅଦାନୀଙ୍କୁ ହେବ ଲାଭ!
Khabar Odisha:Business-Indonesia-ban-palm-oil-export-Adani-Wilmar-Ruchi-soya-stock-hike

ନୂଆଦିଲ୍ଲୀ, ଏପ୍ରିଲ ୨୮ (ଖବର ଓଡ଼ିଶା): ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅତିଷ୍ଠ କରିଛି । ଖାଇବା ତେଲ ଆହୁରି ବଢ଼ିବା ନେଇ ଏବେଠାରୁ ସଙ୍କେତ ମିଳିସାରିଛି । କାରଣ ଇଣ୍ଡୋନେସିଆ ଏପ୍ରିଲ ୨୮ ତାରିଖ ଠାରୁ ଖାଇବା ତେଲ ବିଶେଷ ଭାବେ ପାମ ଅଏଲର ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଭାରତ ଉପରେ ପ୍ରଭାବ ପକାଇବ । 

ଭାରତ ଖାଇବା ତେଲର ସବୁଠାର ବଡ଼ ଆମଦାନୀକାରୀ ରାଷ୍ଟ୍ର । ନିଜର ଆବଶ୍ୟକତାର ୫୦-୬୦ ପ୍ରତିଶତ ଖାଇବା ତେଲ ଆମଦାନୀ କରିଥାଏ । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଯୋଗୁଁ ଭାରତ ପ୍ରଭାବିତ ହେବ । କାରଣ ଭାରତ ନିଜର ଆବଶ୍ୟକତାର ପାଖାପାଖି ୫୦ ପ୍ରତିଶତ ପାମ ଅଏଲ ଇଣ୍ଡୋନେସିଆର ଆମଦାନୀ କରିଥାଏ । ଇଣ୍ଡୋନେସିଆ ସରକାର ଘରୋଇ ବଜାରରେ ବଢୁଥିବା ଜିନିଷ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଏହି ନିଷ୍ପତ୍ତି ନେଇଛି । 

ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ କାରଣରୁ ସୁର୍ଯ୍ୟମୂଖୀ ଓ ସୋୟାବିନ ତେଲ ଦର ବଢ଼ିବାରେ ଲାଗିଛି । ରୁଷିଆ-ୟୁକ୍ରେନ୍ ବିଶ୍ୱରର ସବୁଠାରୁ ଅଧିକ ସୂର୍ଯ୍ୟମୂଖୀ ଓ ସୋୟବିନ ତେଲ ଉତ୍ପାଦକ ରାଷ୍ଟ୍ର । ପାମ ଅଏଲର ଯୋଗାଣ ପ୍ରଭାବିତ ହେବା ପରେ ଘରୋଇ ବଜାରରେ ତେଲ ଦର ବଢ଼ିପାରେ । ଖାଇବା ତେଲ ବଜାରରେ ଅଦାନୀ ୱିଲମାର ଓ ରୁଚି ସୋୟା ନିୟନ୍ତ୍ରଣରେ ରହିଛି । ଏଥି ପାଇଁ ଉଭୟ ଶେୟାରରେ ଲଗାତାର ଖାଇବା ତେଲ ଦର ବଢ଼ିଚାଲିଛି । ଖାଇବା ତେଲ ଦର ବଢ଼ିବା ଫଳରେ ଏହି ୨ କଂପାନୀକୁ ଲାଭ ପହଞ୍ଚାଇବ । 

 

  • Tags:

Subscribe

National International State Sports Entertainment