ଲକଡାଉନ ଯୋଗୁଁ ଇଏମଆଇ ଯଦି ବାଉନ୍ସ ହୁଏ, ଗାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?
Khabar Odisha:Business-No-impact-on-CIBIL-score-after-EMI-bounce-during-coronavirus-lockdown

ମୁମ୍ବାଇ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): କରୋନା ଭାଇରସ ପାଇଁ ଗତ ୨୫ ତାରିଖ ଠାରୁ ସାରା ଭାରତରେ ଆରମ୍ଭ ହୋଇଥିବା ଲକଡାଉନ କାରଣରୁ ଯଦି ଆପଣଙ୍କ ଲୋନର ଇଏମଆଇ ଦେବା ଧାର୍ଯ୍ୟ ବଢ଼ିଯାଏ, ତାହେଲେ ଆପଣଙ୍କ ସିଆଇବିଆଇଏଲ(CIBIL) ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସାଧାରଣତଃ ଇଏମଆଇ ଠିକ ସମୟରେ ଦେଇ ନପାରିଲେ କ୍ରେଡିଟ ସ୍କୋର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।    

ଋଣ ସହିତ ଜଡ଼ିତ ବିଭିନ୍ନ ସୂଚନା ପ୍ରଦାନ କରୁଥିବା କମ୍ପାନୀ ଟ୍ରାନ୍ସୟୁନିୟନ CIBIL ସୋମବାର ଗଣମାଧ୍ୟମକୁ କହିଛି, ରିଜର୍ଭ ବ୍ୟାଙ୍କର ଇଏମଆଇ ଦେବା ନେଇ ଲାଗୁ କରାଯାଇଥିବା ତିନି ମାସ ବନ୍ଦ ଅନୁରୁପ ଭାବେ ଋଣ ସଂପର୍କିତ ସୂଚନା ହାସଲ କରୁଛି । ଗ୍ରାହକଙ୍କ କ୍ରେଡିଟ ସ୍କୋର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କରୋନା ଭାଇରସ ନିୟନ୍ତ୍ରଣ ପାଇଁ ସରକାର ଦେଶବ୍ୟାପୀ ୨୧ ଦିନ ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ବ୍ୟାପକ କଟକଣା ମଧ୍ୟ ଜାରି କରିଛନ୍ତି । ଏହି କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା ବନ୍ଦ ରହି ଯାଇଛି । 

ଟ୍ରାନ୍ସୟୁନିୟନ ସିବିଲ ପକ୍ଷରୁ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କର ଇଏମଆଇ ଦେବା ଉପରେ ଲଗାଯାଇଥିବା କଟକଟା ପରେ ଆମେ ନିଜର ସମସ୍ତ ସହଯୋଗୀ ବ୍ୟାଙ୍କ ଓ ଋଣ ପ୍ରଦାନ କରିଥିବା ସଂସ୍ଥାଗୁଡ଼ିକୁ ତଥ୍ୟ ହାସଲ କରିବା ଦିଗରେ କାମ କରୁଛୁ । ଏହା ଦ୍ୱାରା ଗ୍ରାହକଙ୍କ କ୍ରେଡିଟ ସ୍କୋର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି । 

 

  • Tags:

Subscribe

National International State Sports Entertainment