ସରକାରଙ୍କ ଆଦେଶ ପରେ ହ୍ରାସ ପାଇଲା ‘ଧାରା’ ତେଲ, ଜାଣନ୍ତୁ ନୂଆ ଦର
Khabar Odisha:Business-Edible-oils-price-down-mother-dairy-slashes-soyabean-rice-bran

ନୂଆଦିଲ୍ଲୀ, ଜୁଲାଇ ୦୮ (ଖବର ଓଡ଼ିଶା): ଜିନିଷ ପତ୍ରର ଦରଦାମ ବୃଦ୍ଧି କାରଣରୁ ଜନତା ନିରାଶ ହୋଇଥିବା ବେଳେ ଖାଇବା ତେଲ ଦର ନେଇ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ-ଏନ୍‌ସିଆରରେ ପ୍ରମୁଖ ଦୁଗ୍ଧ ଯୋଗାଣକାରୀ ସଂସ୍ଥା ‘ମଦର ଡାଏରି’ ସୋୟାବିନ ତେଲ ଦର ଲିଟର ପିଛା ୧୪ ଟଙ୍କା ହ୍ରାସ କରିଛି । ଏହା ପୂର୍ବରୁ ସରକାର ତେଲ କଂପାନୀଗୁଡ଼ିକ ଖାଇବା ତେଲ ଦର କମ କରିବାକୁ ଆଦେଶ ଦେଇଥିଲେ । ତେବେ ମଦର ଡାଏରି ସରକାରଙ୍କ ଆଦେଶକୁ ତୁରନ୍ତ ଲାଗୁ କରିଛି । 

ମଦର ଡାଏରିର ମୁଖପାତ୍ର କହିଛନ୍ତି, ସରକାରଙ୍କ ହସ୍ତକ୍ଷେପ ପରେ ଉପଭୋକ୍ତାଙ୍କୁ ତେଲ ଦରରେ ଆସିଥିବା ମୂଲ୍ୟହ୍ରାସରୁ ଲାଭ ମିଳିବ । ଧାରା ସୋୟାବିନ ତେଲ ଓ ଧାରା ରାଇସବ୍ରାନ୍ ତେଲ ଦର ଲିଟର ପିଛା ୧୪ ଟଙ୍କା ହ୍ରାସ କରାଯାଇଛି । ନୂଆ ଦର ଉଲ୍ଲେଖ ଥିବା ତେଲ ପ୍ୟାକିଂ ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହୋଇଯିବ । 

କଂପାନୀ ପକ୍ଷରୁ ଦର ହ୍ରାସ କରାଯିବା ପରେ ଏବେ ଧାରା ରିଫାଇଣ୍ଡ ସୋୟାବିନ ତେଲ ୧୯୪ ଟଙ୍କା ଲିଟର ପିଛା ତୁଳନାରେ ୧୮୦ ଟଙ୍କାରେ ମିଳିଯିବ । ସେହିପରି କଂପାନୀର ସୂର୍ଯ୍ୟମୁଖୀ ତେଲ ଦର ମଧ୍ୟ ହ୍ରାସ ପାଇବା ଆଶଙ୍କା ରହିଛି । 

 

  • Tags:

Subscribe

National International State Sports Entertainment