ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିମାନ କଂପାନୀ ମଧ୍ୟରୁ ଅନ୍ୟତମ ଇଣ୍ଡିଗୋ ମହିଳାଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କରିଦେଇଛି। ଏଣିକି ମହିଳାମାନେ ନିଜ ସୁବିଧାରେ ସିଟ୍ ଚୟନ କରିପାରିବେ ବୋଲି କଂପାନୀ କହିଛି। ମହିଳାମାନେ ନିଜ ପସନ୍ଦ ଅନୁସାରେ ଅନ୍ୟ ମହିଳାଙ୍କ ପାଖରେ ସିଟ୍ ବୁକ୍ କରିପାରିବେ।
ଏହି ସୁବିଧା ଆଧାରରେ ସିଟ୍ ବୁକ୍ କରିଥିବା ମହିଳାମାନେ ଏଣିକି ୱେବ୍ ଚେକ୍-ଇନ୍ ସମୟ ଅନ୍ୟ ମହିଳା ଯାତ୍ରୀମାନଙ୍କ ଦ୍ୱାରା ବୁକ୍ କରାଯାଇଥିବା ସିଟ୍ ସଂପର୍କରେ ଜାଣିପାରିବେ। ଇଣ୍ଡିଗୋର ମହିଳା ଯାତ୍ରୀ ୱେବ୍ ଚେକ୍ ଇନ୍ର ସମୟରେ ଦେଖିପାରିବେ ଯେ, ମହିଳାମାନେ କେଉଁକେଉଁ ସିଟ୍ ବୁକ୍ କରିଛନ୍ତି। ଏଭଳି କ୍ଷେତ୍ରରେ ଯଦି ସେମାନେ ଚାହିଁବେ ନିଜ ହିସାବରେ ସିଟ୍ ଚୟନ କରିପାରିବେ।
ଇଣ୍ଡିଗୋ କହିବା ଅନୁସାରେ ଏହି ସୁବିଧା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ମହିଳା ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଅଧିକ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଇଣ୍ଡିଗୋ ବୁଧବାର ଏକ ବୟାନରେ କହିଛି, ଏହି ସୁବିଧା ୱେବ୍ ଚେକ୍-ଇନ୍ ସମୟରେ ମହିଳା ଯାତ୍ରୀମାନଙ୍କ ଦ୍ୱାରା ବୁକ୍ କରାଯାଇଥିବା ସିଟ୍ ପାଇଁ। ଆଭିଏସନ୍ ସେକ୍ଟରରେ ଇଣ୍ଡିଗୋ ଦେଶର ସର୍ବବୃହତ କଂପାନୀ, ଯାହାର ଭାଗିଦାରୀ ୬୦ପ୍ରତିଶତରୁ ଅଧିକ। କଂପାନୀ ପକ୍ଷରୁ କୁହାଯାଇଛି ଯେ, ଗତମାସରେ ପାଖାପାଖି ୮୦ ଲକ୍ଷ ଲୋକ ଏହି ବିମାନ ମାଧ୍ୟମରେ ଯାତ୍ରା କରିଥିଲେ।