ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ
Khabar Odisha:Leaser-Scanning-Will-Be-Done-in-Srimandir

ପୁରୀ, ଜୁଲାଇ ୧୦ (ଖବର ଓଡ଼ିଶା): ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ହେବାକୁ ଯାଉଛି ଲେଜର ସ୍କାନିଂ । ରଥ ଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହର ମରାମତୀ ହେବା ନେଇ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ବର୍ତ୍ତମାନ ଲେଜର ସ୍କାନିଂ ଜରିଆରେ ଶ୍ରୀମନ୍ଦିରର ସ୍ଥିତି ପରଖାଯାଇ ମରାମତୀ କାର୍ଯ୍ୟ ଆରମ୍ଭ କରାଯିବ ।

ଏଏସଆଇ ର ସ୍ୱତନ୍ତ୍ର ଟିମ୍ ର ତତ୍ୱାବଧାନରେ ଲେଜର ସ୍କାନିଂ କରାଯିବ । ଗର୍ଭଗୃହ ଠାରୁ ନେଇ ଭୋଗ ମଣ୍ଡପ, ନାଟ ମଣ୍ଡପ, ଜଗମୋହନ ଓ ଅନ୍ୟାନ ସ୍ଥାନର ମଧ୍ୟ ମରାମତୀ କାର୍ଯ୍ୟ କରାଯିବ ।

ତେବେ ଲେଜର ସ୍କାନିଂ ପରେ ଯେଉଁ ଯେଉଁ ସ୍ଥାନରେ ଫାଟ ର ସନ୍ଧାନ ମିଳିବ ସେହି ସ୍ଥାନ ଗୁଡିକର ମରାମତୀ କାର୍ଯ୍ୟ କରାଯିବ । ଏହା ସହିତ ରତ୍ନ ସିଂହାସନର ମଧ୍ୟ ସ୍ଥିତି ପରଣାଯିବ ଯେ ବର୍ତ୍ତମାନ ରତ୍ନ ସିଂହାସନ କେଉଁ ସ୍ଥିତିରେ ରହିଛି । 

ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷ ଯାତ୍ର ଓ ବାହୁଡା ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତୀ କାର୍ଯ୍ୟ ଶେଷ କରିବାକୁ ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି ।

  • Tags:

Subscribe

National International State Sports Entertainment