ମୁମ୍ବାଇ: ବିରାଡ଼ି ବୈଷ୍ଣବ କଥାଟି ଆମ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ବିଲେଇ ଭଗବାନଙ୍କ ପୂଜା କରିବା ବୋଧ ହୁଏ କେହି ଶୁଣି ନ ଥିବେ । ଗୋଟିଏ ବିଲେଇ ମନ୍ଦିରରେ ତିନି ଧରି ଶନି ଦେବଙ୍କ ପରିକ୍ରମା କରୁଛି । ଏମିତିକି କେହି ଭକ୍ତ ମଧ୍ୟ ଆସିଲେ ସେ ଡରୁ ନାହିଁ କିମ୍ବା ପଳାଇ ଯାଉ ନାହିଁ । ବରଂ ସେ ନିଜର ପରିକ୍ରମା ଜାରି ରଖୁଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।
ଭିଡ଼ିଓଟି ମହାରାଷ୍ଟ୍ର ନାସିକର ଶନି ମନ୍ଦିରର ବୋଲି କୁହାଯାଉଛି । ସେଠାରେ ଏକ ବିଲେଇ ଦୀର୍ଘ 3 ଦିନ ହେବ ଶନି ଦେବଙ୍କ ପରିକ୍ରମା କରୁଛି । ଯାହାକୁ ଭକ୍ତମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଖାଲି ସେତିକି ନୁହେଁ ଭିଡ଼ିଓରେ ଜଣେ ବ୍ୟକ୍ତି କହୁଛନ୍ତି, ପୂର୍ବରୁ ଉକ୍ତ ମନ୍ଦିରରେ ଥିବା ଶିବଙ୍କ ପରିକ୍ରମା ମଧ୍ୟ କରୁଥିଲା ବିଲେଇ । ସମାନ ଢଙ୍ଗରେ ଭଗବାନ ଶଙ୍କର ଚାରି ପାର୍ଶ୍ୱରେ ବୁଲୁଥିଲା ।
ତେବେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଲୋକଙ୍କ ଦେଖିବାକୁ ମିଳିଛି । କେହି ଏହାକୁ ଅଲୌକିକ ଭକ୍ତି କହୁଥିବାବେଳେ କେହି କେହି କହୁଛନ୍ତି ପଶୁ ଜାତି ଯାହା ଦେଖନ୍ତି ତାହା ଅନୁକରଣ କରନ୍ତି ।