କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ। ଏମିତି କି ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ମହିଳା ଜଣଙ୍କ ବାହାରେ ମଧ୍ୟ ଫିଙ୍ଗି ନଥିଲେ। ଗୁରୁଗ୍ରାମ ମାରୁରି ବିହାରର ଜଣେ ମହିଳା ମୁନ୍ ମୁନ୍ ମାଂଝି ନିଜ ସହ ୧୦ ବର୍ଷର ପୁଅକୁ ଦୀର୍ଘ ୩ ବର୍ଷ ହେଲା ବନ୍ଦୀ କରି ରଖିଥିଲେ । ବାହାରେ ଚାକିରୀ କରୁଥିବା ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଘରେ ପୁରାଇ ଦେଇନଥିଲେ । ଏନେଇ ତାଙ୍କର ସ୍ୱାମୀ ବାଧ୍ୟ ହୋଇ ବାହାରେ ଘର ଭଡା ନେଇ ରହୁଥିଲେ । ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଖବର ପାଇ ଗୁରୁଗ୍ରାମର ଚକ୍ରପୁର ପୁଲିସ୍ ପୋଷ୍ଟରେ ମୁତୟନ କର୍ମଚାରୀ, ଡାକ୍ତରୀ ଟିମ ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘରର ମୁଖ୍ୟ ଫାଟକ ଭାଙ୍ଗି ତା’ ଭିତରେ ଏକପ୍ରକାରର ବନ୍ଦୀ ଜୀବନ ବିତାଉଥିବା ମୁନମୁନ ମାଝୀ ଓ ତାଙ୍କ ୧୦ ବର୍ଷର ପୁଅଙ୍କୁ ଉଦ୍ଧାର କରିଛନ୍ତି। ଘର ଭିତରେ ପୁଳାପୁଳା ଡ୍ରେସ ଗଦା ହୋଇ ରହିଥିବା ବେଳେ କଟା ଚୁଟି, ଅଳିଆ, ଅଇଁଟା ଜିନିଷ ଓ ଗ୍ରୋସରୀ ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଗଦାଗଦା ଅଳିଆ ଓ ଆବର୍ଜନା ଯୋଗୁ ଘର ଭିତରୁ ମଧ୍ୟ ଦୁର୍ଗନ୍ଧ ବାହାରିବାରେ ଲାଗିଥିଲା। ଏହି ୩ ବର୍ଷର ବନ୍ଦୀ ଜୀବନ ବିତାଇବା ସମୟରେ ମୁନମୁନ ତାଙ୍କର ଓ ତାଙ୍କ ପୁଅଙ୍କ ଚୁଟି ଘର ଭିତରେ ହିଁ କାଟୁଥିଲେ। ଗ୍ୟାସ ବଦଳରେ ସେ ଇଣ୍ଡକ୍ସନରେ ରୋଷେଇ କରୁଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୩ ବର୍ଷ ହେଲା ଘରର ଅଳିଆ ମଧ୍ୟ ସେ ବାହାରକୁ ଫିଙ୍ଗି ନଥିଲେ। ଫଳରେ ଘର ଯାକ ଅଳିଆ ଗଦା ହୋଇ ରହିଥିଲା। କେହି ବି ଏହି ୩ ବର୍ଷ ମଧ୍ୟରେ ମୁନମୁନଙ୍କ ଘରକୁ ଯାଇ ନଥିଲେ। ଘରର କାନ୍ଥରେ ୧୦ ବର୍ଷର ପିଲାଟି ଚିତ୍ର ଆଙ୍କୁ ଥିଲେ ଓ କେବଳ ପେନସିଲ ବ୍ୟବହାର କରି ପାଢ଼ ପଢ଼ୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ମୁନମୁନଙ୍କ ପୁଅ ଏହି ୩ ବର୍ଷ ମଧ୍ୟରେ କେବେ ହେଲେ ସୂର୍ଯ୍ୟଙ୍କ ଆଲୋକ ଦେଖିବାକୁ ସକ୍ଷମ ହୋଇ ନାହାନ୍ତି। ଘର ଭିତରେ ରୋଷେଇ କରୁଥିଲେ । ଆବଶ୍ୟକ ସାମଗ୍ରୀ ଘର ଦୁଆର ମୁହଁରେ ସ୍ୱାମୀ ଯୋଗାଇ ଦେଉଥିଲେ । ତେବେ ଘର ଭିତର ପରିବେଶ ଅସ୍ୱାସ୍ଥକର ହୋଇପଡ଼ିଥିବା ବେଳେ ଏବେ ଉଭୟ ମା’ପୁଅଙ୍କୁ ଚିକିତ୍ସା ପାଇଁ ହସପିଟାଲେରେ ଭର୍ତି କରାଯାଇଛି । ତେବେ ୩ ବର୍ଷ ପରେ ପତ୍ନୀ ଓ ପୁଅକୁ ପାଇ ସୁଜନ ବହୁତ ଖୁସି ଅଛନ୍ତି । ପୁଲିସକୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।