ସାଧାରଣତଃ କହିବାକୁ ଗଲେ ଯଦି କେହି ଅପରାଧ କରେ , ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ । ଆଉ ଏସବୁ କୈାଣସି ପ୍ରାଣୀ କି ପଶୁପକ୍ଷୀଙ୍କ ଉପରେ ନୁହେଁ । ବରଂ ମଣିଷମାନଙ୍କ କ୍ଷେତ୍ରରେ ଘଟିଥାଏ । କିନ୍ତୁ ଆପଣ କେବେ ଗଛକୁ ଗିରଫ କରିଥିବା କଥା ଶୁଣିଛନ୍ତି କି । କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବେ ବି ଏହା ଏକଦମ ସତ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ । ସୂଚନା ଅନୁସାରେ ୧୨୫ ବର୍ଷ ପୂର୍ବେ ଜଣେ ବ୍ରିଟିଶ ଅଫିସରଙ୍କ ଯୋଗୁଁ ଏପରି ହୋଇଥିଲା । ଏହି ବ୍ରିଟିଶ ଅଧିକାରୀଙ୍କ ନାଁ ହେଉଛି ଜେମ୍ସ ସ୍କ୍ୱିଡ । ଦିନେ ଜେମ୍ସ ନିଶାସକ୍ତ ଅନସ୍ଥାରେ ଥିବାବେଳେ ଏହି ଗଛଟି କାହିଁକି ତାଙ୍କ ପାଖକୁ ଆସୁ ନାହିଁ ବୋଲି ଦାବି କରିଥିଲେ । ଏବଂ ଗଛଟି ତାଙ୍କ ପାଖରୁ ଦୈାଡି ପଳାଉଛି ବୋଲି କହିଥିଲେ । ଆଉ ଏଥିପାଇଁ ସେ ତାଙ୍କ ସୈନ୍ୟମାନଙ୍କୁ ଗଛଟିକୁ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ । ଏବଂ ଜେମ୍ସ ନିଶାସକ୍ତ ଅନସ୍ଥାରେ ଏପରି କହୁଛନ୍ତି ବୋଲି ସୈନ୍ୟମାନେ ବୁଝୁଥିଲେ ମଧ୍ୟ କେହି କିଛି କହୁନଥିଲେ । ଏହାପରେ ସୈନ୍ୟମାନେ ଗଛ ଚାରିପାଖରେ ଶିକୁଳି ବାନ୍ଧି ଦେଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଗଛଟିକୁ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ଗଛ ଉପରେ ଏକ ପ୍ଲେଟ ଲାଗିଛି । ଯେଉଁଥିରେ ଲେଖାଯାଇଛି କି ଆଇ ଆମ ଅଣ୍ଡର ଆରେଷ୍ଟ । ତେବେ ଲାଣ୍ଡି କୋଟାଲ ୱେ ରେ ଥିବା ଏହି ଗଛକୁ ଦେଖିବାକୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।