ସନ୍ତାନ ପାଳୁଥିବା ଏକ ସ୍କୁଲର କାହାଣୀ
Khabar Odisha:At-Lincoln-Park-High-School-all-the-students-like-Helen-are-pregnant-or-expecting-mums
ଖବର ଓଡିଶା : 03/01/2023

ଆମେରିକା ଓ ମେକ୍ସିକୋ ସୀମାନ୍ତବର୍ତ୍ତୀ ଟେକ୍ସସରେ ରହିଛି ଏକ ନିଆରା ସ୍କୁଲ । ଏହି ସ୍କୁଲରେ ଅବିବାହିତା ମା ଓ ସେମାନଙ୍କ ନବଜାତକ ସନ୍ତାନ ମାନଙ୍କୁ ଏକାଠି ରଖି କରାଯାଇଥାଏ ଲାଳନ ପାଳନ । ଏଭଳି ସେବା ଯୋଗାଇଦେଉଥିବା ଏହି ସ୍କୁଲର  ନାଁ ହେଉଛି  ଲିଙ୍କନ ପାର୍କ ହାଇସ୍କୁଲ ।

ଏହି ସ୍କୁଲକୁ ଆସିଛନ୍ତି ଜଣେ ୧୬ବର୍ଷର କିଶୋରୀ । ତାଙ୍କର ନାଁ ହେଉଛି ହେଲେନ । ହେଲେନଙ୍କୁ ୧୫ବର୍ଷ ହୋଇଥିବା ବେଳେ ହଟାତ ବଢିଥିଲା ତାଙ୍କର କ୍ଷୁଧା । କିଛିଦିନ ପରେ ବନ୍ଦହୋଇଯାଇଥିଲା ତାଙ୍କର  ମାସିକ ଋତୁଶ୍ରାବ । ନିଜର ଜନ୍ମଦିନ ପାଳନ ବେଳେ ଗର୍ଭବତୀ ଥିବା ଜାଣିଲେ ହେଲେନ । ଏହି ଖବର ତାଙ୍କ ମନରେ ସୃଷ୍ଟି କରିଥିଲା  ଭୟ ଓ ଆଶଙ୍କା । ଏଥିରେ ବ୍ୟତିବ୍ୟସ୍ତ ହୋଇ ସେ ଗର୍ଭସ୍ଥ ସନ୍ତାନର ପିତା ତଥା ସହପାଠୀକୁ  କହିଲେ । ଭାବିଥିଲେ ସମସ୍ୟାର ସମାଧାନ ମିଳିଯିବ । କିନ୍ତୁ  ହେଲେନ ଗର୍ଭବତୀ ଜାଣିବା  ପରେ ସହପାଠୀ ଜଣଙ୍କ ବନ୍ଦ କରିଦେଲେ କଥାବାର୍ତ୍ତା । ପରେ ପରେ ତାଙ୍କର  ସ୍କୁଲ ଯିବା ମଧ୍ୟ ହୋଇଗଲା ବନ୍ଦ  । ଏଭଳି ସମୟରେ ସହାୟତାର ହାତ ବଢ଼ାଇଲା ଟେକ୍ସସରେ ଥିବା ଲିଙ୍କନ ପାର୍କ ହାଇସ୍କୁଲ । ହେଲେନଙ୍କ ଭଳି ଲିଙ୍କନ ପାର୍କ ହାଇସ୍କୁଲରେ ଅଛନ୍ତି ୭୦ କୁମାରୀ ମା । ଯେଉଁମାନେ କି ସେମାନଙ୍କ ସହପାଠୀ ଓ ଅନ୍ୟ ପୁରୁଷ ମାନଙ୍କ ଦ୍ୱାରା ଗର୍ଭଧାରଣ କରି ଏଠାକୁ ଆସିଛନ୍ତି ।

ବିଗତ ୩୦ବର୍ଷ ମଧ୍ୟରେ ଆମେରିକାରେ କୁମାରୀ ମାତୃତ୍ଵ ହ୍ରାସ ପାଇଥିଲେ ହେଁ ହ୍ୱିସ୍ପାନିକ ଓ  ଳାଟିନା ସଂପ୍ରଦାୟରେ ଏହା ଶିଖରରେ ଅଛି । କୁମାରୀ ମାଙ୍କ ସଂଖ୍ୟାରେ ଟେକ୍ସସ ଆଗରେ ଥିବାରୁ ଲିଙ୍କନ ପାର୍କ ହାଇସ୍କୁଲ ଭଳି ଅନେକ ଅନୁଷ୍ଠାନ କୁମାରୀ ଓ ସେମାନଙ୍କର ଶିଶୁ ମାନଙ୍କ ପାଇଁ ସାମୟିକ ଆଶ୍ରୟ ,ଶିକ୍ଷାଦାନ ,ସ୍ୱାସ୍ଥ୍ୟ ସେବା ଓ ଡେ-କେୟାର ସୁବିଧା ଯୋଗାଇଦେଇଥାନ୍ତି । ଲିଙ୍କନ ପାର୍କ ହାଇସ୍କୁଲରେ ଏବେ ଉଭୟ ଶିକ୍ଷାଦାନ ଓ ଶିଶୁମାନଙ୍କ କ୍ରନ୍ଦନର ଶବ୍ଦ ଶୁଣିବାକୁ ମିଳୁଛି । ହେଲେନ କହନ୍ତି ଯେତେବେଳେ ଜୀବନ ପ୍ରତି ନକାରାତ୍ମକ ଭାବନା ମନକୁ ଆସିଥିଲା ଠିକ ସେତିକିବେଳେ ଏହି ସ୍କୁଲ ମୋତେ ଓ ମୋର କନ୍ୟା ସନ୍ତାନକୁ ସୁରକ୍ଷାର ସହିତ ଶିକ୍ଷାଦାନ ଓ ଜୀବନ ଜିଇଁବାର କୌଶଳ ଶିଖାଇଥିଲା

Subscribe

National International State Sports Entertainment