କନ୍ୟାଶ୍ରମରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଅନ୍ୟଜଣେ ଗୁରୁତର
Khabar Odisha:woman-odisha-girl-student-found-dead-at-Purubai-Kanyashram-in-Soro
ବାଲେଶ୍ୱର, ଜାନୁୟାରୀ ୩୦ (ଖବର ଓଡ଼ିଶା):

ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ପୁରୁବାଇଁ କନ୍ୟାଶ୍ରମରେ ଜଣେ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରୀଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ଜଣକ ହେଲେ କୁମାରପୁର ଗାଁର ଲାଲ ହାଁସଦାଙ୍କ ଝିଅ ହେମାଜାନୀ ହାଁସଦା ଓ ଗୁରୁତର ଛାତ୍ରୀ ସରସ୍ୱତୀ ମଲ୍ଲିକ । 

ଆଜି ସକାଳୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ହେମାଜାନୀକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ସରସ୍ୱତୀ ଗୁରୁତର ଥିଲେ । କେମିତି ଛାତ୍ରୀଙ୍କର ମୃତ୍ୟୁ ହୋଇଛି ସେ କନ୍ୟାଶ୍ରମ କର୍ତ୍ତୃପକ୍ଷ ମଧ୍ୟ ସ୍ପଷ୍ଟ ଉତ୍ତର ଦେଇ ପାରୁ ନାହାଁନ୍ତି । ସୋର ତହସିଲଦାର ଦେବୀପ୍ରସାଦ ଦାସ ଓ ପୋଲିସ ପହଁଚି ତଦନ୍ତ ଆରମ୍ଭ ହୋଇଛି । ମୃତ ଛାତ୍ରୀଙ୍କ ଶରୀରରେ କୌଣସି ଦାଗ ନ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ତହସିଲଦାର କହିଛନ୍ତି । 

Subscribe

National International State Sports Entertainment