କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ବିଜେପିର ୧୨ ଘଂଟିଆ କୋଣାର୍କ ବନ୍ଦ ଡାକରା
Khabar Odisha:BJP-Mahila-Morcha-calls-Konark-band
କୋଣାର୍କ, ଅକ୍ଟୋବର ୨୬ (ଖବର ଓଡ଼ିଶା):

କୋଣାର୍କ, ଅକ୍ଟୋବର ୨୬ (ଖବର ଓଡ଼ିଶା): କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଆଜି ୧୨ ଘଂଟିଆ କୋଣାର୍କ ବନ୍ଦ ଡାକରା ଦେଇଛି । ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ କର୍ମୀମାନେ ପିକେଟିଂକୁ ଜୋରଦାର କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ ବନ୍ଦ ଯୋଗୁଁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 

କୋଣାର୍କ ଭଳି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏକ ହୋଟେଲ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦୀର୍ଘ ୧୦ ଦିନ ଧରି ଦୁଷ୍କର୍ମ କରାଯାଇଥିଲା । କୋଣାର୍କରେ ଦେହ ବ୍ୟବସାୟ ଚାଲିଥିବା ନେଇ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ । ଯାହାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ଏଭଳି ଏକ ପବିତ୍ର ସ୍ଥାନରେ ଦେହ ବ୍ୟବସାୟ ଭଳି ଅନୈତିକ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଦାବି ହୋଇଛି । ଦଳୀୟ କର୍ମୀମାନେ ପିକେଟିଂ କରି ସ୍କୁଲ, କଲେଜ, ଦୋକାନ ବଜାରକୁ ବନ୍ଦ କରିଛନ୍ତି । ବନ୍ଦ ଯୋଗୁଁ କୋଣାର୍କରୁ ପୁରୀ, କାକଟପୁର ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାଗୁଡ଼ିକରେ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ଫଳରେ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ବିଶେଷଭାବରେ ପ୍ରଭାବିତ ହୋଇଛନ୍ତି । ଏହି ବନ୍ଦକୁ ବିଭିନ୍ନ ସାମାଜିକ ସଂଗଠନଗୁଡ଼ିକ ଓ ସାଧାରଣ ନାଗରିକ ମଧ୍ୟ ସମର୍ଥନ କରିଛନ୍ତି ।  

Subscribe

National International State Sports Entertainment