ବର୍ଷାରେ ବେହାଲ ଆମ ରାଜଧାନୀ...
ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା):

ଏ ହେଉଛି ସ୍ମାର୍ଟସିଟିର ସ୍ମାର୍ଟ ଚିତ୍ର  । ବେଙ୍ଗ ମୁତିଲେ ରାଜଧାନୀରେ ବନ୍ୟା....ତଥାପି ଭାଙ୍ଗୁନି ସରକାରଙ୍କ ନିଦ ....ହନ୍ତସନ୍ତ ହେଉଛନ୍ତି ରାଜଧାନୀ ବାସୀ  । ଏ ହେଉଛି ରାଜଧାନୀର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଫରେଷ୍ଟପାର୍କ ଅଞ୍ଚଳ  । ଭଲକରି ଦେଖନ୍ତୁ ଏହି ଦୃଶ୍ୟୁକୁ କିପରି ଲୋକମାନେ ଯାତାୟତ କରୁଛନ୍ତି  । ଆଜି ସହରରେ ବର୍ଷା ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଛି  । କେବଳ ଫରେଷ୍ଟପାର୍କ ଅଞ୍ଚଳ ନୁହେଁ  । ନୟାପଲୀ, ବେହେରାସାହି ଠାରୁ ଆରମ୍ଭ କରି ବରମୁଣ୍ଡା, ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ସବୁଟି ଏପରି ସ୍ଥିତି  । ବର୍ଷାଦିନ ଆସିନି, ତେବେ ରାଜଧାନୀରେ ଏପରି ସ୍ଥିତି  । ସ୍ମାର୍ଟସିଟି ସହ ଡ୍ରେନଜ ମରାମତି ନାଁରେ ବିଏମସି ଖର୍ଚ୍ଚ କରୁଛି କୋଟିକୋଟି ଟଙ୍କା  । ହେଲେ ସୁଧୁରୁନି ରାଜଧାନୀ ବାସୀଙ୍କ ଦୁଖ  । ସାମାନ୍ୟ ବର୍ଷା ହେଲେ ହନ୍ତସନ୍ତ ହେଉଛନ୍ତି ରାଜଧାନୀ ବାସୀ, ତେବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ନଗର ଉନ୍ନୟନ ବିଭାଗ  ।

ରାଜଧାନୀରେ ଏପରି ସ୍ଥିତି ସୃଷ୍ଟି ହେବା ନୂଆ ଘଟଣା ନୁହେଁ  । ବର୍ଷା ହେଲେ ସ୍ମାର୍ଟସିଟିର ଅବସ୍ଥା ହୁଏ ବେହାଲ...କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଏମସି କରୁଛି ଡ୍ରେନଜ ସଫେଇ....ତେବେ ସବୁବେଳେ ସ୍ଥିତି ରହୁଛି ଯଥା ପୂର୍ବଂ ତଥା...ପରଂ....

  • Tags:

Subscribe

National International State Sports Entertainment