ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା । ଭିଡ଼ିଓ ଜାରି କରି କ୍ଷମା ମାଗିଲେ ଡ୍ରୋନ୍ ଉଡ଼ାଇଥିବା ୟୁଟ୍ୟୁବ ବ୍ଲଗର ୟୁନିଫାଏଡ ଅନିମେଶ | ତାଛଡା ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଡ୍ରୋନ ଉଡାଇବା, ଭିଡିଓ ଉତ୍ତୋଳନ କରି ଓଡ଼ିଶା ପୋଲିସ ଲୋଗୋ ଲଗାଇବା, ଭିଡିଓ ବିକ୍ରି କରିବାକୁ ମୋଟା ଅଙ୍କର ଟଙ୍କା ମାଗିବା ଅଭିଯୋଗକୁ ମଧ୍ୟ ସ୍ୱୀକାର କଲେ ଯୁବକ | ଅନିମେଶ କହିଛନ୍ତି ଯେ , ଅନ୍ୟ ବ୍ଲଗର ଯେପରିକି ଶ୍ରୀ ମନ୍ଦିର ଉପରେ ଡ୍ରୋନ ନଉଡାନ୍ତି ସେ ନେଇ ଓଡ଼ିଶା ପୋଲିସର ଲୋଗୋ ଲଗାଇଥିଲେ । ଭିଡିଓ ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିବା ପଛରେ ଖରାପ ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଅନିମେଶ । କିଛିଦିନ ତଳେ ଅନିମେଶ ଡ୍ରୋନରେ ଶ୍ରୀମନ୍ଦିରର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।