ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଉପଭୋକ୍ତା ମହାସଂଘର ବିରୋଧ, ସରକାରଙ୍କ ହାତ ଥିବା ଅଭିଯୋଗ
Khabar Odisha:politics-Odisha-protest-against-electric-fee
ଭୁବନେଶ୍ୱର , ଜାନୁଆରୀ ୧୨(ଖବର ଓଡ଼ିଶା):

 ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସଙ୍ଗକୁ ବିରୋଧ । ଏଥି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଉପଭୋକ୍ତା ମହାସଂଘ । ଏହା ପଛରେ ସିଧାସଳଖ ସରକାରଙ୍କ ହାତ ଥିବା ସଂଘ ଅଭିଯୋଗ କରିଛି।

ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ୭୬ ପଇସା ବୃଦ୍ଧି କରାଯିବାକୁ ବିରୋଧ କରିଛି ମହାସଂଘ । ସଂଘ କହିଛି କି, ଏହା ପଛରେ ସରକାରଙ୍କ ହାତ ରହିଛି । ସେସୁକୁ ଘରୋଇକରଣ କରିବାକୁ ଉଦ୍ୟମ କରାଯାଉଛି । ଏହାସହ ଦେୟ ବୃଦ୍ଧି ହେଲେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

Subscribe

National International State Sports Entertainment