ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି (BJP)ରେ ମିଶିଛନ୍ତି ଯାଜପୁର ବରୀର ନେତା ଦେବାଶିଷ ନାୟକ। ରବିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟକଙ୍କୁ ଇସ୍ତଫାପତ୍ର ଦେଇଥିବା ବେଳେ କିଛି ସମୟ ମଧ୍ୟରେ ବିଜେପି ରେ ସାମିଲ ହୋଇଛନ୍ତି ଦେବାଶିଷ।
ଦେବାଶିଷ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ପୂର୍ବରୁ ଦେବାଶିଷ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀର ସମର୍ଥକଙ୍କ ସହିତ ଆଜି ବିଜେପିରେ ମିଶିବା ସମୟରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।
ସୂଚନାଯୋଗ୍ୟ ଯେ, ଶ୍ରୀ ନାୟକ ଲାଗାତାର ଭାବେ ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଅଧିକ ପଢନ୍ତୁ: ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଆନସିପ୍: ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ