ଆଜଲାନ ଶାହ କପ: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ହରାଇ ବ୍ରଞ୍ଚ ପଦକ ଜିତିଲା ଭାରତ
Khabar Odisha:Sultan-azlan-shah-cup-india-beat-new-zealand-by-4-0-clinch-bronze-medal

ନୂଆଦିଲ୍ଲୀ,ମେ୦୬(ଖବର ଓଡ଼ିଶା): ଆଜଲାନ ଶାହ ହକି କପରେ ଶନିବାର ତୃତୀୟ ସ୍ଥାନ ପାଇ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ୪-୦ ଗୋଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚରୁ ବାହାର ହୋଇଥିବା ଭାରତ ଏହି ମ୍ୟାଚରେ ଏକ ତରଫା ବିଜୟ ହାସଲ କରିଛି।

ଏହି ମ୍ୟାଚର ପ୍ରଥମ କ୍ଵାର୍ଟରରେ ଗୋଲ ଶୂନ୍ୟ ରହିଥିଲା। ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ବିଫଳ ହୋଇଥିଲେ। ମାତ୍ର ଦ୍ଵିତୀୟ କ୍ଵାର୍ଟରରେ ଭାରତ ଚତ୍ମକାର ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡ ଉପରେ ପ୍ରବଳ ଆକ୍ରମଣ କରିଥିଲା ଏବଂ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଶେଷରେ ମ୍ୟାଚକୁ ୪-୦ରେ ଜିତି ନେଇଥିଲା। ଦ୍ଵିତୀୟ କ୍ଵାର୍ଟରର ଦ୍ଵିତୀୟ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର  ମିଳିଥିଲା, ଯାହାକୁ ରୁପିନ୍ଦର ସିଂହ ଗୋଲରେ ପରିଣତ  କରିବାରେ ସୁଯୋଗ ହାତ ଛାଡ଼ି କରିନଥିଲେ। ଏହାର ୧୦ ମିନିଟ ପରେ ରୁପିନ୍ଦର ଆଉ ଏକ ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରିଥିଲେ।

ତୃତୀୟ କ୍ଵାର୍ଟର କୌଣସି ଟିମ ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ମ୍ୟାଚର ଅନ୍ତିମ କ୍ଵାର୍ଟରରେ ପୁଣି ଟିମ ଇଣ୍ଡିଆ ୨ଟି ଗୋଲ ଦେଇ ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ପରାସ୍ତ କରିଥିଲା। ଅନ୍ତିମ ୨ଟି ଗୋଲ ୪୮ ତମ ମିନିଟରେ ଏବଂ ତଲବିନ୍ଦର ସିଂହ ୬୦ ତମ ମିନିଟରେ ଦେଇଥିଲେ। 

  • Tags:

Subscribe

National International State Sports Entertainment