ଓପୋ ଉନ୍ମୋଚନ କଲା ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି
Khabar Odisha:OPPO-launched-new-jursy-of-Indian-cricket-team
ମୁମ୍ବାଇ,ମେ୦୨(ଖବର ଓଡ଼ିଶା): ଓପୋ ଗୁରୁବାର ନିଜର ନୂତନ ସ୍ମାର୍ଟ ଫୋନ୍ ଏଫ୩ ଲଞ୍ଚ କରିବା ସହ ମୁମ୍ବାଇରେ ଆୟୋଜିତ କାର୍ୟ୍ୟକ୍ରମରେ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ମଧ୍ୟ ଉନ୍ମୋଚନ କରିଛି। କହି ରଖୁଛୁ ଯେ ଓପୋ ଭାରତୀୟ କ୍ରିକେଟ ଦଳର ବ୍ରାଣ୍ଡ ପାର୍ଟନର।
 
ମୁମ୍ବାଇରେ ଆୟୋଜିତ କାର୍ୟ୍ୟକ୍ରମରେ ବିସିସିଆଇର ସିଇଓ ରାହୁଲ ଜୋହରୀ ଓ ଓପୋର ସଭାପତି ସ୍କାଇ ଲୀ ମିଳିତ ଭାବେ ଭାରତୀୟ କ୍ରିକେଟ ଦଳର ଏହି ନୂତନ ଜର୍ସିକୁ ଉନ୍ମୋଚନ କରିଛନ୍ତି। ଏହି ଜର୍ସିରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ମାତ୍ର ବ୍ରାଣ୍ଟ ପାର୍ଟନର ହୋଇଥିବାରୁ ଜର୍ସିର ସମ୍ମୁଖ ଭାଗରେ ଓପୋ ଲେଖାଯାଇଛି।
 
ଏହି ନୂତନ ଜର୍ସିର ବାମ ପାର୍ଶ୍ଵରେ ହାଫ ସ୍ଲିଭ ଉପରେ କମ୍ପାନୀର ଲୋଗୋ ନଜର ଆସିବ। ଜର୍ସିରେ ଉପର ଭାଗର ଡାହାଣ ପାର୍ଶ୍ଵରେ ଲାଇକ କମ୍ପାନୀର ଲୋଗୋ ନଜର ଆସିବ। ଏହିପରି ଉପର ଭାଗର ବାମ ପାର୍ଶ୍ଵରେ ବିସିସିଆଇ ଲୋଗୋକୁ ସ୍ଥାନିତ କରାଯାଇଛି। ଏହାର ଠିକ ଉପରେ ୩ଟି ଷ୍ଟାର ନଜର ଆସିବ।
  • Tags:

Subscribe

National International State Sports Entertainment