ଭାରତ ଖେଳିବ ଚମ୍ପିଅନ ଟ୍ରଫି, ସୋମବାର ହେବ ଚୟନ
Khabar Odisha:Indian-team-for-the-Champions-Trophy-will-be-picked-on-Monday
ନୂଆଦିଲ୍ଳୀ, ମେ ୬(ଖବର ଓଡ଼ିଶା): ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଆଇସିସି ଦ୍ୱାରା ପରିଚାଳିତ ୨ୟ କିକେଟ ମହାକୁମ୍ଭ ଭାବରେ ପରିଚିତ ଚମ୍ପିଅନ ଟ୍ରଫିରେ ଭାରତ ଖେଳିବାର ସୂଚନା ମିଳିଛି । ଆଗାମୀ ଜୁନ ୧ରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଚମ୍ପିଅନ ଟ୍ରଫି ପାଇଁ ମଇ ୮ରେ ଭାରତୀୟ ଟିମ୍ ଚୟନ ହେବ । ଭାରତର ପ୍ରଥମ ମ୍ୟାଚ୍ ଜୁନ୍ ୪ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ ।
 
ଅଧିନାୟକ ବିରାଟ କୋହଲି ଭିଡ଼ିଓ କନଫରେନ୍ସ ଜରିଆରେ ଟିମ୍ ଚୟନ ବାବାଦରେ ସୂଚନା ଦେବେ । ଚମ୍ପିଅନ ଟ୍ରଫି ପାଇଁ ଟିମ ଇଣ୍ଡିଆର ୧୫ଜଣିଆ ସଦସ୍ୟଙ୍କ ନାମ ଆଇସିସିକୁ ପଠାଇବାର ଅନ୍ତିମ ତିଥି ଏପ୍ରିଲ ୨୫ ଥିଲା । ଭାରତ ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ଖେଳାଳି ତାଲିକା ପଠାଇ ସାରିଥିବାବେଳେ, ବିସିସିଆଇ ଓ ଆଇସିସି ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଭାରତୀୟ କ୍ରିକେଟ ଟିମ୍ ତାଲିକା ପଠାଇବାକୁ ବିଳମ୍ବ ହେଉଛି । ଆଇସିସି ତରଫରୁ ବିସିସିଆଇକୁ ଧମକ ଦିଆଯାଇଥିଲା ଯେ, ଯଦି ଆଇସିସିର ମଙ୍ଗଳ ପାଇଁ ବିସିସିଆଇ କାମ ନ କରେ ତାହେଲେ ଚମ୍ପିଅନ ଟ୍ରଫିରୁ ବାହାର ହେବ ।
  • Tags:

Subscribe

National International State Sports Entertainment