ଚମ୍ପିୟାନ୍ସ ଟ୍ରଫିକୁ ନେଇ କ୍ଲାର୍କଙ୍କ ଭବିଷ୍ୟତ ବାଣୀ: ଭାରତ ଓ ଅଷ୍ଟେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍
Khabar Odisha:India-and-Australia-to-play-final-match-in-Champion-Trophy-Clark

ନୂଆଦିଲ୍ଲୀ,ମଇ ୧୩(ଖବର ଓଡ଼ିଶା): ଇଂଲଣ୍ଡରେ ଆଗାମୀ ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଚମ୍ପିୟାନ୍ସ ଟ୍ରଫିକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭବିଷ୍ୟତ ବାଣୀ କରିଛନ୍ତି । କ୍ଲର୍କ ଏଭଳି ଏକ ଭବିଷ୍ୟବାଣୀ ଯୋଗୁଁ ଇଂଲଣ୍ଡ, ନ୍ୟୁଜଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶକୁ ନିରାଶ ହେବାକୁ ପଡ଼ିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚମ୍ପିୟନ ଟ୍ରଫିର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କହିଛନ୍ତି କ୍ଲାର୍କ ।

କ୍ଲାର୍କ କହିଛନ୍ତି ଯେ, ମତେ ଲାଗୁଛି କି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ସେ କହିଛନ୍ତି ଯଦି ପଡ଼ିଆରେ ବଲ ସୁଇଙ୍ଗ ହୁଏ ତେବେ ଅଷ୍ଟ୍ରେଲିଆର ବ୍ୟାଟସ୍ ମ୍ୟାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଏମିତି ବି ଆମେ ଭଲ ସ୍ଥିତିରେ ଅଛୁ । ମିସେଲ ଷ୍ଟାର୍କ, ଜେମସ୍ ପିଟରସନ୍, ଜୋସ ହେଜଲବୁଯ, ପେଟ କମିଂସ୍ଙ୍କୁ ସାମନା କରିବାକୁ ମହଙ୍ଗା ପଡ଼ିପାରେ ।

ମ୍ୟାଚ୍ ସମୟରେ ସେଠାରେ ଯଦି ଗରମ ଅନୁଭୂତ ହୁଏ, ତେବେ ଖେଳର ଧାରା ବଦଳିପାରେ । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମନା କରିବା କଠିନ ହେବ ବୋଲି କ୍ଲାର୍କ କହିଛନ୍ତି । ସେ କହିଛନ୍ତି, ଯଦି ପାଗ ଗରମ ରହେ ଅଶ୍ୱିନ ଓ ଜେଡ଼େଜାଙ୍କ ଭଳି ଆଉ କେହି ବୋଲିଂ କରିପାରିବେ ନାହିଁ । ଜାଡେଜାଙ୍କ ଭଳି ଭାରତରେ ଅନେକ ସ୍ପିନର ଅଛନ୍ତି ।

  • Tags:

Subscribe

National International State Sports Entertainment