ଆସନ୍ତା ୭ରେ ଫେଡେରେଶନ କପ୍, ଆଜିଠାରୁ ଟିକେଟ ବିକ୍ରି
Khabar Odisha:Federation-cup-2017-in-7th-May
କଟକ,ମେ ୫ (ଖବର ଓଡିଶା): ଫେଡେରେଶନ କପ ଫୁଟବଲ ଟୁର୍ଣ୍ଣାମେଂଟ ଆଉ ଦୁଇଦିନ ପରେ ଅନୁଷ୍ଠିତ ହେବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ କଟକରେ ବିଭିନ୍ନ ଦଳ ଆସି ପହଂଚିଥିବା ଦେଖାଯାଇଛି। ଆଜିଠାରୁ  ବାରବାଟୀ ପଡ଼ିଆରେ ବିଭିନ୍ନ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି । ଗତକାଲି ଇଷ୍ଟ ବେଙ୍ଗଲ ଦଳ ଡ୍ରିମସ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲା ।
 
ଏହି ଟୁର୍ଣ୍ଣାମେଂଟ  ପାଇଁ ବାରବାଟୀ ନିକଟ ଷ୍ଟାଡିୟମ ନିକଟସ୍ଥ କାଉଂଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଆଜି ୧୦ଟାରୁ ଟିକେଟ  ବିକ୍ରି ଆରମ୍ଭ ହୋଇଛି । ୧,,୫  ଓ ୬ ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ ୩୦ଟଙ୍କା ରଖାଯାଇଥିବାବେଳେ ସ୍ପେଶାଲ ଏନକ୍ଲୋଜର ୧୦୦ଟଙ୍କା ଓ ଓଲ୍ଡ ପାଭିଲିୟନ ୨୦୦ଟଙ୍କା ରଖାଯାଇଛି ।
 
ବାରବାଟୀ ଷ୍ଟାଡିୟମ ନିକଟସ୍ଥ କାଉଂଟର ୨ ଓ ୩ରୁ ଲୋକେ ଟିକେଟ ପାଇପାରିବେ ।ଗ୍ୟାଲେରୀ ପାଇଁ ୧୦୦୦୦ଟିକେଟ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
  • Tags:

Subscribe

National International State Sports Entertainment