ଫାର୍ମ ହାଉସରେ ଗଣଦୁଷ୍କର୍ମ, ଜୀବନ ବଂଚାଇବାକୁ ୨୦ ଫୁଟର ପାଚେରୀ ଡେଇଁଲେ ପୀଡ଼ିତା
Khabar Odisha:rape-in-farm-house-to-rescue-her-life-victim-jumped-the-20-meter-height-wall

ମେରଠ, ମଇ ୧୪(ଖବର ଓଡ଼ିଶା): ଫାର୍ମ ହାଉସରେ ଜଣେ ନାବାଳିକାଙ୍କୁ ବାନ୍ଧି ଗଣ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ଆସିଛି । ଉ ରପ୍ରଦେଶ ମେରଠ ଜିଲା କଙ୍କରଖେଡା ଥାନା ଅଂଚଳରେ ଘଟିଥିବା ଏହି ଅମାନୁଷିକ କାମର ଶିକାର ହୋଇଛନ୍ତି ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ । ଛାତ୍ରୀ ଜଣକ ଗାଜିଆବାଦ ଅଂଚଳର ବୋଲି ଜଣାପଡ଼ିଛି । ବାର୍ଷିକ ମାର୍କ ସିଟ ଆଣିବା ପାଇଁ ସେ ଏପ୍ରିଲ ୨୮ରେ କଲେଜ ଯାଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି । ଥାନା ପ୍ରଭାରୀ ଧୃବ ଦୁବେ ଅପହୃତ ଛାତ୍ରୀଙ୍କୁ ଶନିବାର ରାତି ମେରଠର କଙ୍କରଖେଡାସ୍ଥିତ ଶାକ୍ୟ ଫାର୍ମ ହାଉସରୁ ଉଦ୍ଧାର କରିଛି । କିନ୍ତୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାକୁ ନେଇ ସ୍ପଷ୍ଟ ହୋଇ ନାହିଁ ।

ମେରଠର କଙ୍କରଖେଡା ଥାନା ଅଂଚଳର ପ୍ରଭାରୀ ସୁକୀର୍ ମାଧବ କହିଛନ୍ତି ନାବାଳିକାର ସମ୍ପର୍କୀୟ କଙ୍କରଖେଡା ନିବାସୀ ଆଶୁ ସହିତ ୩ଜଣ ଯୁବକଙ୍କ ବିରୋଧରେ ଅପହରଣ କରିଥିବା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତମାନେ ଶାକ୍ୟ ଫାର୍ମ ହାଉସରେ ନାବାଳିକାଙ୍କୁ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିଲେ । କୁହାଯାଉଛି ଯେ, ପୀଡ଼ିତା ଯେଉଁ ଫାର୍ମ ହାଉସରେ ବନ୍ଧକ ଥିଲେ, ସେ ୨୦ ଫୁଟ ଉଚ୍ଚ କାନ୍ଥରୁ ଡେଇଁ ପଡୋଶୀ ଘରକୁ ଚାଲି ଆସିଥିଲେ । ପଡୋଶୀ ଘରର ମାଲିକ ନାବାଳିକାଙ୍କ ଠାରୁ ସମସ୍ତ କାହାଣୀ ଶୁଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ପରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଛାତ୍ରୀ ପୁଲିସ ଆଗରେ ଗଣଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି ।

ଚଳନ୍ତା କାରରେ ଦୁଷ୍କର୍ମ ଚେଷ୍ଟା

ଗୋତମବୁଦ୍ଧ ନଗର ଜିଲ୍ଲା କାସନା ଅଂଚଳରେ ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଚାରିଜଣ ଯୁବକ ଉଠାଇ ନେଇ ଚଳନ୍ତା କାରରେ ଗଣ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣକ ସକାଳୁ ନିଜ ଘର ସ୍କୁଲକୁ ପଢ଼ିବାକୁ ବାହାରି ଥିଲେ । ସେ ଯେତେବେଳେ ସ୍କୁଲ ଫାଟକ ପାଖରେ ପହଂଚିଲେ, ହରେନ୍ଦ୍ର ଓ ହିତେଶ ଆସି ଉଠାଇ ନେଇଥିଲେ ।

ମସଜିଦ ଛାତ ଉପରେ ଦୁଷ୍କର୍ମ

ନାବାଳିକାଙ୍କୁ ଏକାକୀ ପାଇ ମସ୍ଜିଦ୍ ଉପର ଭବନରେ କୁକୁଡା ଓ ବତକ ଦେଖାଇବାକୁ କହି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ନାବାଳିକା ସମସ୍ତ ଘଟଣା କହିବା ପରେ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

  • Tags:

Subscribe

National International State Sports Entertainment