ନୂଆଦିଲ୍ଲୀ: ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ୍ ମସୁଦ ମଲିକ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ପାକିସ୍ତାନ ମନ୍ତ୍ରୀଙ୍କୁ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ମିଳିଛି । ଦିଲ୍ଲୀ ଏବଂ ଆଗ୍ରାର ଅନ୍ୟ ଚାରୋଟି ପ୍ରମୁଖ ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଦରଗା ପରିଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ।
ପାକିସ୍ତାନ ଉଚ୍ଚାୟୁକ୍ତ ତାଙ୍କ ଭାରତ ଗସ୍ତ ସମୟରେ ପାଞ୍ଚଟି ସ୍ଥାନ ପରିଦର୍ଶନ କରିବାକୁ ଅନୁମତି ଲୋଡ଼ିଥିଲେ । ଯେଉଁଥିରେ ଆଗ୍ରାର ତାଜମହଲ, ଦିଲ୍ଲୀ ହାଟ, ହୁମାୟୁନଙ୍କ ସମାଧିସ୍ଥଳ, କିଲା ରାୟ ପିଥୋରା ଏବଂ ହଜରତ ନିଜାମୁଦ୍ଦିନ ଦରଗା ଅନ୍ତର୍ଭୁକ୍ତ। ଚାରୋଟି ସ୍ଥାନ ପରିଦର୍ଶନ କରିବାକୁ ଅନୁମତି ପ୍ରଦାନ କରାଯାଇଥିବାବେଳେ ନିଜାମୁଦ୍ଦିନ ଦରଗାକୁ ଅନୁମିତକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
ମୁସାଦିକ୍ ମସୁଦ ମଲିକ ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ ଫୋରମରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀରେ ଅଛନ୍ତି। ପହଲଗାମ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ ଏହା ପାକିସ୍ତାନ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ ଅଟେ । ପ୍ରଥମେ କେବଳ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କୁହାଯାଉଥିଲା । ମାତ୍ର ପରେ ସମସ୍ତ ସୁରକ୍ଷା ସୁନିଶ୍ଚିତ କରାଯିବା ପରେ ତାଙ୍କୁ ଭାରତର ପ୍ରମୁଖ ଐତିହ୍ୟସ୍ଥଳୀ ପରିଦର୍ଶନ ପାଇଁ ଅନୁମତି ମିଳିଛି ।