ଉତରପୂର୍ବ ଭାରତରେ ବେହାଲ କରୁଛି ବର୍ଷା, ମାଟି ଧସିଯାଇ ୯ ଜୀବନ୍ତ ସମାଧି
Khabar Odisha:imphal-due-to-heavy-rain-nine-people-including-eight-children-buried-alive
ଇମ୍ଫାଲ, ଜୁଲାଇ ୧୧(ଖବର ଓଡିଶା):

ଉତର ପୂର୍ବଭାରତରେ ଲଗାତାର ଭାବେ ଲାଗି ରହିଥିବା ବର୍ଷାର ପ୍ରଭାବରେ ସେଠାକାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏପରି କି ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ପୂର୍ବୋତର ରାଜ୍ୟ ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ହଜାର ହଜାର ଲୋକ ଜଳ ବନ୍ଦୀ ହୋଇ ରହିଛନ୍ତି । ଏପରି କି ଅନେକ ଲୋକଙ୍କ ଜୀବନ ଯାଇଥିବା ମଧ୍ୟ ଜଣାପଡିଛି । ମଣିପୁରର ତାମେଗଲାମ ଜିଲ୍ଲାରେ ଗତ କିଛି ଦିନ ଧରି ଭୀଷଣ ବର୍ଷା ଫଳରେ ମାଟି ଧସିବା ଖବର ଆସିଛି । ଯେଉଁଥିରେ ୮ଜଣ ଶିଶୁଙ୍କ ସମେତ ୩ ଜଣ ବ୍ୟକ୍ତି ଜୀବନ୍ତ ସମାଧି ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ନ୍ୟୁ ସଲେମ ଅଂଚଳରେ ମାଟି ଧସିବା ଫଳରେ ଗୋଟିଏ ପରିବାରର ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଅଂଚଳରେ ଅନେକ ଘର ନଷ୍ଟ ହୋଇଯାଇଥିବା ଖବର ମିଳିଛି । 

ସେହିପରି ଜିଲ୍ଲାର ଅନ୍ୟ ଏକ ନିକଟବର୍ତୀ ଅଂଚଳରେ ସମାନ ଦୁର୍ଘଟଣା ଘଟି ୨ଜଣ ଶିଶୁଙ୍କ ଜୀବନ ଯାଇଛି । ନମ୍ବରବାର୍ଡ୍ ସହରରେ ମାଟି ଧସିଯିବା ଫଳରେ ଜଣେ ମହିଳାଙ୍କ ସମେତ ତାଙ୍କ ଶିଶୁଙ୍କର ପ୍ରାଣ ଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଶବଗୁଡିକୁ ମାଟି ତଳୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ରାଜ୍ୟ ପ୍ରଶାସନ ।  

  • Tags:

Subscribe

National International State Sports Entertainment