ରୁଦ୍ରାଭିଷେକ କଲେ କଣ ମିଳେ
Khabar Odisha:rudrabhishekha
ଏପ୍ରିଲ ୩ (ଖବର ଓଡିଶା):

ଲୋକମାନେ ଦେବତାଙ୍କୁ ଫଳ, ଫୁଲ ନୈବେଦ୍ୟ ଅର୍ପଣ କରି ପୂଜା ଅର୍ଚ୍ଚନା କରିଥାନ୍ତି । ଯାହାର ସୁଫଳ ମିଳିଥାଏ ବୋଲି ଅନେକ ମତବ୍ୟକ୍ତ କରିଥାନ୍ତି । ଯଦି ଶିବଲିଙ୍ଗକୁ ରୁଦ୍ରାଭିଷେକ କରାଯାଏ ଓ ତାର ଫଳ ସୁନିଶ୍ଚିତ ମିଳିଥାଏ ବୋଲି ଅନେକ ଜ୍ୟୋତିଷବିଦ୍ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଭଗବାନ ମହାଦେବଙ୍କୁ କଣ ଅଭିଷେକ କଲେ କଣ ମିଳିଥାଏ ।

. ଯଦି କେହି ବ୍ୟକ୍ତି ସୁନାରେ ତିଆରୀ ଶିବଲିଙ୍ଗକୁ ଅଭିଷେକ କରେ ସେ ସର୍ବସିଦ୍ଧି ପ୍ରାପ୍ତ କରିଥାଏ ।ସେହିଭଳି ରୂପାରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । 

. ପିତଳରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସୁଖ ଶାନ୍ତି ମିଳିଥାଏ । ପାରଦରେ ତିଆରୀ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସମସ୍ତ ସୌଭାଗ୍ୟ ଅର୍ଜନ ପ୍ରାପ୍ତ ହୋଇଥାଏ । 

.କର୍ପୂରରେ ତିଆରୀ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସବୁ ପ୍ରକାର ମଙ୍ଗଳହୋଇଥାଏ । 

. ଲୁହାରେ ନିର୍ମିତ ଶିବଲିଙ୍ଗକୁ ଜଳାଭିଷେକ କଲେ ବ୍ୟକ୍ତି ଶତ୍ରୁକୁ ପରାସ୍ତ କରିବା ସହ ନିଜେ ବିଜୟୀ ହୋଇଥାଏ । ଚନ୍ଦନରେ ନିର୍ମିତ ଶିବଲିଙ୍ଗକୁ ଧନଲାଭ କରିପାରିବା ।ଫୁଲରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ଭୂ- ସମ୍ପତିର ଅଧିକାରୀ ହୋଇପାରିବେ । 

. ମିଶ୍ରି ବା ଚିନିରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ଅଭିଷ୍ଟ ପୂରଣ ହୁଏ । ବାଉଁଶରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସନ୍ତାନ ପ୍ରାପ୍ତ କରିପାରିବେ । 

.ଦୁବରେ ତିଆରୀ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ଦୁର୍ଘଟଣାରୁ ରକ୍ଷା ମିଳିଥାଏ ।

  • Tags:

Subscribe

National International State Sports Entertainment