ପତ୍ରପୋଡା ଚିକେନ୍
ମାର୍ଚ୍ଚ ୩୦(ଖବର ଓଡିଶା):

 ଚିକେନର ଭିତରେ ଲୋକମାନେ ସବୁ ଆଇଟମକୁ ବହୁ ପସନ୍ଦ ଆସିଥାଏ । ଛଣା ଓ ମସଲା ଅପେକ୍ଷା ପୋଡରେ ବେଶି ଭିଟାମିନ୍ ସହିତ ସ୍ୱାଦିଷ୍ଟ ଲାଗେ । ହେଲେ ଆପଣ କେବେ ଚିକେନ ପୋଡା ଖାଇଛନ୍ତି କି ଯଦି ଖାଇ ନାହାନ୍ତି ଆସନ୍ତୁ ତିଆରୀ କରିବା ପତ୍ରପୋଡା ଚିକେନ ।

ଆବଶ୍ୟକୀୟ ସାମଗ୍ରୀ ;

ଚିକେନ୍   ୫୦୦ ଗ୍ରାମ୍

ଅଦା ପେଷ୍ଟ  ୨ ବଡ ଚାମଚ

ରସୁଣ ପେଷ୍ଟ  - ୨ ଚାମଚ

କଟା ପିଆଜ୍ ୩ଟା

ଚିକେନ ପରିମାଣ ଦେଖି ହଳଦୀ ଓ ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ

ଅଧ କପ   ସୋରିଷ ତେଲ

କଦଳି ପତ୍ର, ଶାଳ ପତ୍ର କିମ୍ବା ଖଲି

ପ୍ରସ୍ତୁତି ପ୍ରଣାଳି-

ପ୍ରଥମେ ଚିକେନକୁ ଛୋଟ ଛୋଟ କାଟି ଭଲ କରି ଧୋଇ ଦିଅନ୍ତୁ । ଏହାପରେ ସେଥିରେ ଅଧାକପ ସୋରିଷ ତେଲ, ଅଦା ପେଷ୍ଟ, ରସୁଣ ପେଷ୍ଟ, କଟା ପିଆଜ, ଚିକେନ ପରିମାଣ ଦେଖି ହଳଦୀ, ଲୁଣ ,ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ଏହିପରି ଅବସ୍ଥାରେ ଚିକେନ ୧୫ରୁ ୨୦ ମିନିଟ୍ ରଖିଦିାନ୍ତୁ । କିଛି ସମୟ ପରେ  କଦଳି ପତ୍ର ବା ଶାଳ ପତ୍ରରେ ଚିକେନକୁ ରଖି ପତ୍ରକୁ ସୁତୁଲିରେ ବାନ୍ଧି ଦିଅନ୍ତୁ ।ଏହି ପରି କରି ୩ଟି  କଦଳି ପତ୍ର ଓ ୧ଟି ଖଲି ପତ୍ର ବାନ୍ଧି ଦିଅନ୍ତୁ ।ତା ପରେ ଏହା ଉପରେ ଅଙ୍ଗାର ନିଆଁ ଗୁଣ୍ଡ ଦିଅନ୍ତୁ । ଏବେ  ଚୁଲିରେ ଏକ କଢେଇ କିମ୍ବା ମାଟି ପାତ୍ରରେ ବାଲି ରଖି ତା ଉପରେ ବନ୍ଧା ହୋଇଥିବା ଚିକେନକୁ ରଖନ୍ତୁ । ବାଲି ଗରମ ହେବା ପରେ ଚିକେନ୍ ଉପରେ ଅଙ୍ଗାର ନିଆଁ ଦିଅନ୍ତୁ । ଚୁଲିରେ କାଠ କମ ଦେଇ ଜଳାନ୍ତୁ । ଦେଖିବେ ଯେତେବେଳେ ପାଣି ମରିଯିବ ଜାଣିବେ ଚିକେନ ସିଝି ଯାଇଥିବ । କିଛି ସମୟ ପରେ ଚିକେନକୁ ବାହାର କରନ୍ତୁ ।ତାପରେ ଚିକେନ ଉପରେ ଧନିଆ ପତ୍ର ଓ  ଲଙ୍କା ଜିରା ଗୁଣ୍ଡ ଅଳ୍ପ ମାତ୍ରାରେ ଖାଇବାକୁ ଦିଅନ୍ତୁ । ଖାଆନ୍ତୁ ଗରମା ଗରମ ଚିକେନ ପୋଡା ଭାରି ସ୍ୱାଦିଷ୍ଟ ।   

  • Tags:

Subscribe

National International State Sports Entertainment