କୌଣସି ପାର୍ଟି ପାଖରେ ନାହିଁ ବହୁମତ, ରାଜ୍ୟପାଳ ଶାସନ ଲାଗୁ କରିବାକୁ ପଡ଼ିବ: ଉମର
Khabar Odisha:jammu-and-kashmirsrinagarsince-no-party-has-the-mandate-to-form-government-governor-have-to-impose-governor-rule-said-omar-abdullah

ନୂଆଦିଲ୍ଲୀ,ଜୁନ୧୯(ଖବର ଓଡ଼ିଶା):  ଜାମ୍ମୁ ଓ କାଶ୍ମୀରରେ ମୁଫତି ସରକାର ଭଙ୍ଗ ହେବା ପରେ ରାଜ୍ୟର ମୁଖ୍ୟ  ବିରୋଧୀ ପାର୍ଟି ନ୍ୟାସନାଲ କନଫରେନ୍ସର ନେତା  ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ରାଜ୍ୟପାଳ ଏନଏନ ବୋହରାଙ୍କୁ ଭେଟିଛନ୍ତି।  ରାଜ୍ୟପାଳଙ୍କୁ ଭେଟିବା ପରେ ଉମର କହିଛନ୍ତି ଯେ ୨୦୧୪ରେ ଆମକୁ ନା ବହୁମତ ମିଳିଛି ନା ଏବେ ଆମ ପାଖରେ ବହୁମତ ରହିଛି। ସରକାର ଗଠନ ପାଇଁ ନା ଆମକୁ କିଏ ପ୍ରସ୍ତାବ  ଦେଇଛି ନା ଆମେ କାହାକୁ ପ୍ରସ୍ତାବ ଦେଇଛୁ। 

ଉମର  କହିଛନ୍ତି ଯେ ଏବେ କୌଣସି ପାର୍ଟି ପାଖରେ ବହୁମତ ନାହିଁ। ତେଣୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ପଡ଼ିବ। ମୁଁ ନିଜ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ  ଭରସା ଦେଇଛୁ ଯେ  ଆମେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ସମର୍ଥନ କରିବୁ।  ଏହା ସହ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ଯେ ଅଧିକ ସମୟ ପର୍ୟ୍ୟନ୍ତ ରାଜ୍ୟପାଳ ଶାସନ ଲାଗୁ ନହେଉ। ଲୋକଙ୍କୁ ସେମାନଙ୍କ ଦ୍ଵାରା  ନିର୍ବାଚିତ ସରକାରଙ୍କ ସହିତ ଆଗକୁ ବଢିବାର ସୁଯୋଗ ମିଳିବା ଉଚିତ୍। 

ରାଜ୍ୟରେ ବିଜେପି ସରକାରଠୁ ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରାଜ୍ୟପାଳ ଏନଏନ ବୋହରାଙ୍କୁ ନିଜର ଇସ୍ତଫା   ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ  କରିବାକୁ ବିଜେପି ଦାବି କରିଛି। 

ପିଡିପି ମୁଖପାତ୍ର ରଫି ଅହମ୍ମଦ ମୀର କହିଛନ୍ତି ଯେ ଆମେ ସରକାର ଚଳାଇବା ପାଇଁ ଭରପୁର ଉଦ୍ୟମ କରିଛୁ। ଏହା ତ ହେବାର ହିଁ ଥିଲା। ଏହା ଆମ ପାଇଁ ଆଚମ୍ବିତ କରିବା ଭଳି ଖବର।  କାରଣ ଆମକୁ ବିଜେପିର ଏହି ନିଷ୍ପତ୍ତି ବିଷୟରେ କୌଣସି ସୂଚନା ନଥିଲା।  

  • Tags:

Subscribe

National International State Sports Entertainment