ଜ୍ୟୋତିଷ ଗଣନା ଅନୁସାରେ ଜାଣନ୍ତୁ ବ୍ୟକ୍ତିଙ୍କୁ କେତେବେଳେ ମିଳିଥାଏ ସଫଳତା
Khabar Odisha:When-person-rise-name-and-fame-in-society

ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା): କୁଣ୍ଡଳୀର ୪ର୍ଥ, ୭ମ ଓ ୧୦ମ ଭାବରେ ବ୍ୟକ୍ତିର ନାମ ଓ ଯଶର ସ୍ଥିତିକୁ ନେଇ ଜ୍ୟୋତିଷମାନେ ମତ ଦେଇଥାନ୍ତି । ବେଳେ ବେଳେ ଦ୍ୱାଦଶ ଭାବରେ ନାମ ଓ ଯଶ ଉପରେ ବିଚାର ହୋଇଥାଏ । ମୂଳ ରୂପରେ ଚନ୍ଦ୍ରମା ଓ ଶୁକ୍ର, ଯଶ ପ୍ରଦାନ କରିଥାନ୍ତି । ହସ୍ତରେଖା ବିଜ୍ଞାନରେ ସୂର୍ଯ୍ୟଙ୍କୁ ଯଶ ଗ୍ରହ ଭାବରେ ବିଚାର କରାଯାଇଥାଏ । ଶନି, ରାହୁ ଓ ଖରାପ ଚନ୍ଦ୍ରମା, ଯଶରେ ପ୍ରତିବନ୍ଧକ ପହଞ୍ଚାଇଥାନ୍ତି । ଏହା ବ୍ୟତୀତ ବେଳେ ବେଳେ ସଂଗତିରୁ ମଧ୍ୟ ଅପଯଶର ଯୋଗ ହୋଇଥାଏ । 

କେବେ ବ୍ୟକ୍ତିଙ୍କୁ ଜୀବନରେ ବହୁତ ଯଶ ମିଳିଥାଏ?

-ଯଦି ବ୍ୟକ୍ତିର କୁଣ୍ଡଳୀରେ ୪ର୍ଥ, ୭ମ ଅଥବା ୯ମ ଭାବ ମଜବୁତ ହୋଇଥାଏ ।

-ଯଦି ଚନ୍ଦ୍ରମା ଅଥବା ଶୁକ୍ରଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ହୋଇଥାଏ । 

-ଯଦି କୁଣ୍ଡଳୀରେ ପଞ୍ଚ ମହାପୁରୁଷ ଯୋଗ ଥିବ ।

-ଯଦି କୁଣ୍ଡଳୀରେ ଗଜକେସରୀ ଯୋଗ ଥିବ ।

-ଯଦି ହାତରେ ଯମଜ ସୂର୍ଯ୍ୟ ରେଖା ଅଥବା ସୂର୍ଯ୍ୟ ପର୍ବତରେ ତ୍ରିଭୁଜ ଥିବ । 

ବ୍ୟକ୍ତିଙ୍କୁ କେତେବେଳେ ଅପଯଶ ମିଳିଥାଏ?

-ଯେତେବେଳେ ବ୍ୟକ୍ତିଙ୍କ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ଯୋଗ ଥାଏ ।

-ଯେତେବେଳେ କୁଣ୍ଡଳୀର ୮ମ ଅଥବା ଦ୍ୱାଦଶ ଭାବ ଖରାପ ହୋଇଥାଏ । 

-ଯେତେବେଳେ କୁଣ୍ଡଳୀରେ ଶୁକ୍ର ଅଥବା ଚନ୍ଦ୍ରମା ନିଚ ରାଶିର ତଳକୁ ଥାନ୍ତି ।

-ଯେତେବେଳ ସୂର୍ଯ୍ୟରେଖା ଶେଷ ହୋଇଯାଇଥାଏଓ ଦ୍ୱୀପ ହୋଇଥାଏ ।

-ଯେତେବେଳେ ସୂର୍ଯ୍ୟ ପର୍ବତ ବିଳୟ ଘଟେ । 

-ଅନ୍ଧାର ଘରେ ରହୁଥିବା ଲୋକଙ୍କୁ ଅପଯଶ ମିଳିଥାଏ । 

ଜୀବନରେ ଯଶ ପାଇବାକୁ କ’ଣ କରିବେ?

-ସକାଳୁ ଉଠି ସର୍ବପ୍ରଥମେ ନିଜ ହାତକୁ ଦେଖନ୍ତୁ

-ଏହା ପରେ ମାତା ପିତା ଓ ବରିଷ୍ଠ ଲୋକଙ୍କ ପାଦ ସ୍ପର୍ଶ କରନ୍ତୁ । 

-ନବୋଦିତ ସୂର୍ଯ୍ୟଙ୍କୁ ସକାଳୁ ଜଳ ଅର୍ପଣ କରନ୍ତୁ ।

-ଏହା ପରେ ‘ଓଁ ଭାସ୍କରାୟୋ ନମଃ’ ୧୦୮ ଥର ଜପ ।

-ଲାଲ ତିଲକ-ଚନ୍ଦନ ଲଗାନ୍ତୁ । 

ଅପଯଶରୁ ମୁକ୍ତି ପାଇବାକୁ କ’ଣ କରିବେ?

-ପ୍ରତ୍ୟେକ ମଙ୍ଗଳବାର ହନୁମାନଙ୍କ ସିନ୍ଦୁର ଲଗାନ୍ତୁ ।

-ସବୁଦିନେ ଶିବ ତାଣ୍ଡବ ସ୍ରୋତ ପାଠ କରନ୍ତୁ ।

-ପ୍ରତ୍ୟେକ ଅମାବାସ୍ୟାରେ ଚାଉଳ, ଅଟା ଓ ପନିପରିବା ଦାନ କରନ୍ତୁ । 

-ପୂର୍ବ ଦିଗକୁ ମଣ୍ଡ କରି କେବଳ ସୁଅନ୍ତୁ । 

 

  • Tags:

Subscribe

National International State Sports Entertainment