ସୋଲିହଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇ ମାଳଦ୍ୱୀପ ସହ ସମ୍ବନ୍ଧ ସୁଦୃଢ କରି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:pm-narendra-modi-modi-set-to-visit-maldives-for-solih-swearing-in-reset-ties
ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡିଶା) :

ଭାରତ ସହ ବହୁ ଉଥାନ ପତନ ପରେ ଏବେ ପଡୋଶୀ ରାଷ୍ଟ୍ର ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ସହ ଭାରତ ସରକାର ପୁଣି ଥରେ ନିଜ ସମ୍ବନ୍ଧ ସୁଦୃଢ କରିବାକୁ ଚାହୁଁଛନ୍ତି । ମାଳଦ୍ୱୀପର ଜନତା ଏବଂ ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ମୋଦୀ ସାମିଲ ହେବାକୁ ଆଗାମୀ ସପ୍ତାହରେ ଗସ୍ତ କରିବେ ବୋଲି ସୂଚନା ମିଳିଛି । ମାଳଦ୍ୱୀପ ଯିବା ପରେ ମୋଦୀଙ୍କର ସମସ୍ତ ପଡୋଶୀ ରାଷ୍ଟ୍ର ଭ୍ରମଣ ସମ୍ପୂର୍ଣ୍ଣ ହୋଇ ଯିବ । ତେବେ ମାଳଦ୍ୱୀପର ପୂର୍ବତନ ସରକାରଙ୍କ ବିଷୟରେ କହିବାକୁ ଗଲେ ସେ ଚୀନ କଥାରେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଇ ନଥିଲେ । ତେବେ ମାଳଦ୍ୱୀପକୁ ଛାଡି ମୋଦୀ ଅନ୍ୟ ସବୁ ଦେଶକୁ ଗସ୍ତ କରି ସାରିଛନ୍ତି । 

ସୂଚନାନୁଯାୟୀ, ମୋଦୀ ସେଠାରେ ପହଁଚି ମାଳଦ୍ୱୀପ ସହ ସମ୍ପର୍କ ସୁଦୃଢ କରିବା ସହିତ ସୋଲିହଙ୍କୁ ଉତ୍ସାହିତ କରିବେ । ମୋଦୀ ଯେଉଁ ସମୟରେ ସୋଲିହଙ୍କୁ ଶୁଭେଚ୍ଛା ଜଣାଇଥିଲେ ସେହି ସମୟରେ ସୋଲହି ତାଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀଲଙ୍କାର ମୈତ୍ରୀପାଲାଙ୍କ ଭଳି ସୋଲହି ରାଜନୀତିରେ ନୂଆ । ସେ ଏମଡିପି ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ । ସେହି ସମୟରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ବିପକ୍ଷରେ ରହିବା ପାଇଁ ଯୋଜନା କରୁଛନ୍ତି । 

ତେବେ ୟାମିନଙ୍କ ସମୟରେ ଯେଉଁ ଯୋଜନା ଗୁଡିକୁ ରୋକା ଯାଇଥିଲା ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ମାଳଦ୍ୱୀପର ନୂତନ ରାଷ୍ଟ୍ରପତିଙ୍କ ସହ ସମ୍ପର୍କ କରିବ । ପୂର୍ବରୁ ମାଳଦ୍ୱୀପ ଭାରତୀୟ ଘରୋଇ କମ୍ପାନୀ ଗୁଡିକୁ ସହମତି ଦେବା ଏବଂ ଭିସା ଆଦି ମାମଲାରେ ଅନୁମତି ଦେବା ବନ୍ଦ କରି ଦେଇଥିଲା । ଏବେ ନୂଆ ସରକାର ଆସିବା ପରେ ଏହି ମାମଲାରେ କିଛି ଅଗ୍ରଗତି ହୋଇ ପାରିବ ବୋଲି ଆଶା ରହିଛି । ଚୀନ ନିଜର ପ୍ରଭାବ ଏଠାରେ ବିସ୍ତାର କରୁଥିବା ସମୟରେ ଭାରତ ପାଇଁ ମାଳଦ୍ୱୀପ ମହତ୍ୱପୂର୍ଣ୍ଣ ଧରା ଯାଉଛି ।  

  

Subscribe

National International State Sports Entertainment