ଔଷଧୀୟ ଗୁଣରେ ଭରପୁର ଧନିଆ
Khabar Odisha:benefits-of-coriander-leaf
ଭୁବନେଶ୍ୱର, ଜାନୁଆରୀ ୦୮ (ଖବର ଓଡିଶା)

 ଶୀତ ଦିନେ ଧନିଆ ଖୁବ୍ ସହଜରେ ମିଳିଯାଏ । ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଂ ସେତିକି ହିତକର । ଧନିଆ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ କରିଥାଏ । ଏହା ଶରୀର ପାଇଁ ବେଶ୍ ଉପଯୋଗୀ । ଧନିଆ ମଞ୍ଜି ଠାରୁ ଧନିଆ ପତ୍ରକୁ ବିଭିନ୍ନ ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଛି । ତେବେ ଆସନ୍ତୁ ଜାଣିବା...

ଥଣ୍ଡାରୁ ଉପଶମ ମିଳେ-

କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ । ଏଥିରେ ସାମାନ୍ୟ ମିଶ୍ରି ଏବଂ ହଳଦୀ ମିଶାନ୍ତୁ । ଏହା ପରେ ଏହାକୁ ପିଅନ୍ତୁ । ଏହା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସମାଧାନ ହୋଇଥାଏ । କେବଳ ସେତିକି ନୁହେଁ ଚା ପ୍ରସ୍ତୁତ କରିବା ସମୟରେ ମଧ୍ୟ ଚାରେ ଧନିଆ ପକାଇ ପି ପାରିବେ । 

ପାଚନରେ ସହାୟକ-

ଧନିଆ ଚୂର୍ଣ୍ଣ ଖାଇବା ଦ୍ୱାରା ପାଚନରେ ସହାୟକ ମିଳେ । 

ମୁଣ୍ଡ ବ୍ୟଥାରୁ ମୁକ୍ତି-

ଧନିଆ ବାଟି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବ୍ୟଥା ଯନ୍ତ୍ରଣାରୁ ମୁକ୍ତି ମିଳେ । 

କୃମି ରୋଗ ଦୂର କରେ-

ଧନିଆ ଖାଇବା ଦ୍ୱାରା ପେଟରେ ଥିବା କୃମି ସମସ୍ୟାର ସମାଧାନ ହୋଇଥାଏ । 

ଏତଦ୍ ବ୍ୟତୀତ ନାକରୁ ରକ୍ତତ୍ସାବ ହେଉଥିଲେ ଧନିଆ ରସ ନାକରେ ପକାଇବା ଦ୍ୱାରା ରକ୍ତତ୍ସାବ ବନ୍ଦ ହୋଇଯାଏ । 

Subscribe

National International State Sports Entertainment