ଚାଷୀଙ୍କୁ ଅଟକାଇଲା ପୋଲିସ, ବିଶ୍ରାମ ନେବାବେଳେ ପାହାଳ ଠାରେ ଚାଷୀଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ
Khabar Odisha:Police-stop-farmer-in-Odisha
ଭୁବନେଶ୍ୱର, ୪ ନଭେମ୍ବର (ଖବର ଓଡ଼ିଶା):

ଆସନ୍ତାକାଲି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସମେତ ଅନ୍ୟାନ୍ୟ କେତେକ ସମସ୍ୟାକୁ ନେଇ ରାଜଧାନୀରେ ମହାସମାବେଶ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ଭଣ୍ଡୁର କରିବା ପାଇଁ ପୋଲିସ ଛାଉଣି ହୋଇଥିବାର ପରିଲକ୍ଷିତ ହୋଇଛି । ଏହି ମହାସମାବେଶରେ ଯୋଗଦେବାପାଇଁ ଆସୁଥିବା କିଛି ଚାଷୀଙ୍କୁ ପୋଲିସ ତମାଣ୍ଡୋ ଏବଂ ହଂସପାଳଠାରେ ଅଟକ ରଖିଥିବା ସୂଚନା ହୋଇଛି । 

ସମ୍ପୃକ୍ତ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ, ପୋଲିସ ଚାଷୀ ମାନଙ୍କୁ ଯେତେ ଅଟକାଇଲେ ବି ତାଙ୍କର ସମାବେଶ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି, ତାହା ନିଶ୍ଚିତ ଭାବେ କରାଯିବ । ଏହା ଶାନ୍ତି ଶୃଙ୍ଖଳାର ସହିତ କରାଯିବ । ତା ସତ୍ତ୍ୱେ ପୋଲିସ ଯଦି ଜୋର ଜବରଦସ୍ତି କରେ ତାର ପରିଣାମ ପାଇଁ ରାଜ୍ୟ ସରକାର ଦାୟୀ ରହିବେ ଓ ଆସନ୍ତା ନିର୍ବାଚନରେ ତାର ଜବାବ ତାଙ୍କୁ ମିଳିବ । 

ଅନ୍ୟପକ୍ଷରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପାହାଳ ନିକଟରେ ବିଶ୍ରାମ ନେଉଥିବା ଚାଷୀ ମାନଙ୍କ ସହିତ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଆପଣମାନଙ୍କ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ଏହା ବିଚାରଧିନ ଅଛି । ଚାଷୀମାନଙ୍କ ପାଇଁ ସରକାର ବହୁ ଯୋଜନା କରିଥିବା ନେଇ ସେମାନଙ୍କୁ ଆଲୋକପାତ କରିଥିଲେ ।

Subscribe

National International State Sports Entertainment