ଢେଙ୍କାନାଳରେ କାରଖାନା କର୍ମଚାରୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ
Khabar Odisha:Dhenkanal-Factory-Employees-Strike
ଢେଙ୍କାନାଳ,ମେ ୧୫(ଖବର ଓଡିଶା): ଢ଼େଙ୍କାନାଳ ଅର୍ନ୍ତଗତ ନର୍ଭେରାମ୍‌ ଫ୍ୟାକ୍ଟ୍ରିରେ ଆନ୍ଦୋଳନ ଦେଖାଦେଇଛି । ଫଳରେ ପ୍ରଶାସନ ଫ୍ୟାକ୍ଟ୍ରିରେ ୧୪୪ ଧାରା ଜାରି କରିଛି । ଫ୍ୟାକ୍ଟ୍ରି କର୍ମଚାରୀମାନେ ବକେୟା ଓ ବର୍ଦ୍ଧିତ ପାଉଣା ଦାବିରେ ଅର୍ନିଦ୍ଦିଷ୍ଟ ସମୟ ଯାଏଁ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
 
ସୂଚନାନୁସାରେ ଫ୍ୟାକ୍ଟ୍ରି କର୍ମଚାରୀମାନେ  ଗତ ୪ / ୫ମାସ ହେବ ଦରମା ପାଇ ନଥିବାର ଅଭିଯୋଗ ଆଣିଛନ୍ତି । ଗତ  ଦୁଇବର୍ଷ ଧରି କର୍ମଚାରୀମାନେ ଏ ବାବଦରେ ଆନ୍ଦୋଳନ କରୁଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି । ତେଣୁ ଆଜିଠାରୁ ଆନ୍ଦୋଳନକୁ ତୀବ୍ର କରି ଅର୍ନିଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ କରିବାର ସୂଚନା ଦେଇଛନ୍ତି କର୍ମଚାରୀମାନେ ।
 

  • Tags:

Subscribe

National International State Sports Entertainment