ଭୁବନେଶ୍ୱର ବମିଖାଲ ରେଳ ଧାରଣାରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ | ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୂଚନାନୁଯାୟୀ, ଦମ୍ପତିଙ୍କ ଘର କଟକର କନ୍ଦରପୁରରେ । ଦୁଇ ମାସ ଧରି ସେମାନେ ଭୁବନେଶ୍ୱର ସହିଦ ନଗର ଶାନ୍ତପଲ୍ଲୀ ଅଞ୍ଚଳରେ ରହୁଥିଲେ । ଭୁବନେଶ୍ୱରରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ କଳହ ଲାଗିରହୁଥିଲା । ଗତକାଲି ରାତିରେ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପଡୋଶୀ କହିଛନ୍ତି । ତେବେ ଆତ୍ମହତ୍ୟା କରିବାର କୌଣସି ସଠିକ କାରଣ ଏଯାଏଁ ମିଳିନାହିଁ | ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି | ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି |