ନିର୍ବାଚନ ଡ୍ୟୁଟି କରୁଥିବା ସମୟରେ ହୃଦ୍ଘାତରେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକରେ ଘଟିଛି । ସୂଚନା ଅନୁସାରେ, ଦେଶରେ ମତଦାନ ପ୍ରକ୍ରିୟା ଜାରି ରହିଛି । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ମତଦାତାମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଉଛନ୍ତି । କିନ୍ତୁ ଏହି ମତଦାନ ମଧ୍ୟରେ ଘଟିଛି ଅଘଟଣ । କର୍ଣ୍ଣାଟକରେ ନିର୍ବାଚନ ଡ୍ୟୁଟିରେ ଥିବା ଦୁଇ ସରକାରୀ କର୍ମଚାରୀଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି । ମୃତ ଦୁଇ କର୍ମଚାରୀଙ୍କର ପରିଚୟ ମିଳିଛି ।