ମନ୍ଦିରରେ ପ୍ରତିଦିନ ଆରତୀ କରି ପ୍ରସାଦ ସେବନ କରନ୍ତି ଏହି ଭାଲୁ ପରିବାର
Khabar Odisha:bears-visit-chandi-mata-temple-in-chhattisgarh-every-day
ଛତିଶଗଡ, ଅକ୍ଟୋବର ୧୪ (ଖବର ଓଡିଶା) :

 ଚମତ୍କାରିତା ଏବଂ ଆଧ୍ୟାତ୍ମିକତା ପାଇଁ ବହୁ ମନ୍ଦିର ପ୍ରସିଦ୍ଧ କିନ୍ତୁ ଛତିଶଗଡ ମହାସମୁଦ୍ର ଜିଲ୍ଲାର ଚଣ୍ଡୀ ଦେବୀଙ୍କର ଏହି ମନ୍ଦିରରେ ଭାଲୁଙ୍କର ପୁରା ପରିବାର ମାତାଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଆସି ପହଂଚି ଯାନ୍ତି । ଭାଲୁଙ୍କର ଶ୍ରଦ୍ଧା ଦେଖିବା ପାଇଁ ଦୂର ଦୂରାନ୍ତରୁ ଏଠାରେ ଭକ୍ତମାନେ ଆସି ପହଂଚନ୍ତି । ପାହାଡ ଉପରେ ଅବସ୍ଥିତ ଏହି ମନ୍ଦିରର ଇତିହାସ ପାଖାପାଖି ଦେଢ ସହ ବର୍ଷ ପୁରୁଣା । 

ସୂଚନାନୁଯାୟୀ, ପ୍ରତିଦିନ ସନ୍ଧ୍ୟା ସମୟରେ ଭାଲୁଙ୍କର ପରିବାର ଏକ ସହ ମାତାଙ୍କ ମନ୍ଦିରରେ ଆସି ପହଂଚନ୍ତି । ମନ୍ଦିର ପରିକ୍ରମା କରନ୍ତି । ଏବଂ କାହାର କ୍ଷତି ନକରି ପ୍ରସାଦ ସେବନ କରି ଫେରିଯାନ୍ତି । ଯେତେବେଳେ ଭାଲୁଙ୍କର ଏକ ଦଳ ଆସେ ସେହି ସମୟରେ ଗୋଟିଏ ଭାଲୁ ମନ୍ଦିର ବାହାରେ ଠିଆ ହୋଇଥାଏ । ଅନ୍ୟ ଭାଲୁମାନେ ମନ୍ଦିର ଭିତରେ ପ୍ରବେଶ କରନ୍ତି । ସେମାନେ ମନ୍ଦିରରେ ଭକ୍ତମାନଙ୍କ ସହ ପାଳିତ ପଶୁ ଭାବରେ ବ୍ୟବହାର କରନ୍ତି । 

ପ୍ରସାଦ ସେବାନ ପରେ ସେମାନେ ଚୁପଚାପ ଜଙ୍ଗଲକୁ ପ୍ରତ୍ୟାବର୍ତନ କରିଥାନ୍ତି । ଗ୍ରାମର ନିବାସୀଙ୍କ କହିବା ଅନୁଯାୟୀ, ସେମାନେ ହିଂସକ ବ୍ୟବହାର କରନ୍ତି ନାହିଁ । ଗ୍ରାମବାସୀ ସେମାନଙ୍କ ପରିବାରକୁ ଜାମବନ୍ତ ପରିବାର ନାମରେ ଡାକନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାଧାରଣ ଭାବରେ ଜଙ୍ଗଲରେ ଭାଲୁ ସହ ଆମ୍ନାସାମ୍ନା ହେବାପରେ ସେମାନେ ହିଂସକ ହୋଇ ଉଠନ୍ତି କିନ୍ତୁ ଏଠାରେ ଭକ୍ତ ଏବଂ ବାଲୁଙ୍କ ମଧ୍ୟରେ ଏହି ସମ୍ପର୍କ ଆଶ୍ଚର୍ଯ୍ୟର ବିଷୟ । 

ଏହି ମନ୍ଦିର ପ୍ରଥମେ ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ଥିଲା । ତନ୍ତ୍ର ସାଧନା କରୁଥିବା ଲୋକମାନେ ଏହାକୁ ଗୋପନୀୟ ରଖିଥିଲେ । କିନ୍ତୁ ଧୀରେ ଧୀରେ ୧୯୫୦-୫୧ରେ ସାଧାରଣ ଲୋକ ଏହା ବିଷୟରେ ଜାଣିବାକୁ ପାଇଲେ । ସାଢେ ୨୩ ଫୁଟରେ ପ୍ରକୃତିକ ଭାବରେ ନିର୍ମିତ ଏହି ମନ୍ଦିରର ଧାର୍ମିକ ବିଶେଷତ୍ୱ ରହିଛି । 

Subscribe

National International State Sports Entertainment