ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ
Khabar Odisha:Sunny-Leones-Photo-Appears-On-Hall-Ticket-Of-Candidate-in-Karnataka-TET-Exam

ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଆସିଲା ଆଡ୍‌ମିଟ୍ କାର୍ଡ କିନ୍ତୁ ଆଡ୍‌ମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫୋଟୋ ନୁହେଁ ବରଂ ଅଛି ଅଭିନେତ୍ରୀ  ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ | କର୍ଣ୍ଣାଟକର ଜଣେ ଯୁବତୀ ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ଅନୁଯାୟୀ ସେ ସମସ୍ତ ବିବରଣୀ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ନିଜର ପାସ୍‌ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ମଧ୍ୟ ଅପଲୋଡ୍ କରିଥିଲେ। କିନ୍ତୁ ଯେତେବେଳେ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ  ଆଡମିଟ୍ କାର୍ଡ ଡାଉନଲୋଡ଼ କଲେ, ସେତେବେଳେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ |  ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫୋଟୋ ବଦଳରେ ଫିଲ୍ମ ଷ୍ଟାର ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ ଥିଲା। ବର୍ତ୍ତମାନ ଏହି ଆଡମିଟ୍ କାର୍ଡର ଫଟୋ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା 2022 ରେ ଘଟିଛି ଏହି ଘଟଣା | ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇଛି କର୍ଣ୍ଣାଟକ ରାଜନୀତି | କଂଗ୍ରେସର କର୍ଣ୍ଣାଟକ ସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର୍‌ ନାଇଡୁଙ୍କ ଟୁଇଟ୍ ପରେ ଏହାକୁ ନେଇ ଏକ ବଡ଼ ଆଲୋଡ଼ନ ଦେଖାଦେଇଛି | କର୍ଣ୍ଣାଟକରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ଆରମ୍ଭ ହେବା ପରେ  କର୍ଣ୍ଣାଟକର ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

କର୍ଣ୍ଣାଟକ କଂଗ୍ରେସ ସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର୍‌ ନାଇଡୁ ଟୁଇଟରରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କୁ  ଟ୍ୟାଗ୍‌ କରି ଲେଖିଛନ୍ତି ଯେ ଶିକ୍ଷକ ନିଯୁକ୍ତି ଆ୍‌ଡମିଟ୍ କାର୍ଡରେ ପ୍ରାର୍ଥୀଙ୍କ ବଦଳରେ ପର୍ଣ୍ଣ ଫିଲ୍ମ ଷ୍ଟାର୍‌ ସନ୍ନୀ ଲିଓନଙ୍କ ଫଟୋ ରହିଛି। ଗୃହରେ ପର୍ଣ୍ଣ ଫିଲ୍ମ ଦେଖୁଥିବା ପାର୍ଟି ଠାରୁ ଆଉ ବା କ’ଣ ଆଶା କରାଯାଇପାରେ।


Subscribe

National International State Sports Entertainment