କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ମନରେ କୁତ୍ସିତ ମାନସିକତା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ନାବାଳକକୁ ଅଟକ ରଖିବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କୋଣାର୍କ ଅଞ୍ଚଳର ଗୋଟିଏ ବିଦ୍ୟାଳୟରେ ଜଣେ ନାବିଳାକାକୁ ତାଙ୍କ ସହପାଠୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉଭୟ ଗୋଟିଏ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ପାଠ ପଢ଼ନ୍ତି ଏବଂ ଉଭୟ ଗୋଟିଏ ଜାଗାକୁ ଟ୍ୟୁସନ୍ ମଧ୍ୟ ଯାଆନ୍ତି । ଟ୍ୟୁସନ୍ ସରିବା ପରେ ଛାତ୍ର ଜଣକ ଛାତ୍ରୀଙ୍କୁ କୋଣାର୍କ ହେଲିପ୍ୟାଡ୍ ସ୍ଥାନକୁ ଡାକି ନେଇଥିଲା । ଏହା ପରେ ସେଠାରେ ଦୁଷ୍କର୍ମ କରିଥିଲା ।
ଏ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ କୋଣାର୍କରେ ଥାନାରା ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ନାବାଳକକୁ ଅଟକ ରଖି ଜେରା କରିବା ପରେ ସେ ମଧ୍ୟ ସତ ସ୍ୱୀକାର କରିଥିଲା । ଏହା ପରେ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିଲା । ପୋଲିସ ଛାତ୍ରକୁ ପ୍ରଥମେ ବ୍ରହ୍ମପୁର ଜୁଭେନାଇଲ୍ କୋର୍ଟରେ ହାଜର କରାଇବା ପରେ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।