କଟକ: କଟକରୁ ଜଣେ ଛାତ୍ରୀଙ୍କୁ ଡାକିନେଇ ପୁରୀରେ ଏକ ହୋଟେଲରେ ଗଣଦୁଷ୍କର୍ମ କରାଯାଇଛି । ଏ ନେଇ କ୍ୟାଣ୍ଟନମେଣ୍ଟ୍ ଥାନା ପୋଲିସ ଦୀର୍ଘ ୫ ମାସ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଦିଲ୍ଲୀରୁ ଫେରିବାବେଳେ ମୁଖ୍ୟ ଅଭିଯୁକ୍ତକୁ ଯାଜପୁର ରୋଡ୍ ଷ୍ଟେସନରୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଯାଜପୁରର ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡ଼ା, ସୌମ୍ୟ ରଞ୍ଜନ ପରିଡ଼ା, ଓ କୈଳାଶ ଚନ୍ଦ୍ର ବେହେରା । ଅନ୍ୟଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି ।
ପ୍ରାପ୍ତ ସୂଚନା ଅନୁସାରେ, କଟକ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କର ଯାଜପୁରର ସତ୍ୟବ୍ରତ ପରିଡ଼ାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ନଭେମ୍ବର ମାସରେ ଛାତ୍ରୀଙ୍କୁ ସତ୍ୟବ୍ରତ ପୁରୀ ବୁଲିବାକୁ ଡାକିଥିଲେ । ଏହା ପରେ ପୁରୀରେ ଏକ ହୋଟେଲରେ ଦୁଇ ଜଣ ରହିଥିଲେ । ତେବେ ରାତିରେ ନିଶା ଦେଇ ସତ୍ୟବ୍ରତ ଏବଂ ଆଉ ୩ ଜଣ ସାଙ୍ଗ ମିଶି ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏ ନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ଦିଲ୍ଲୀ ଯାଇଥିଲା । କିନ୍ତୁ କ୍ୟାଣ୍ଟନମେଣ୍ଟ ପୋଲିସ ତାହା ଉପରେ ନଜର ରଖିଥିଲା । ତାକୁ ଧରିବାକୁ ଜାଲ ମଧ୍ୟ ବିଛାଇଥିଲା । ଗତକାଲି ସତ୍ୟବ୍ରତ ଦିଲ୍ଲୀରୁ ଫେରିବା ପରେ ଯାଜପୁର ରୋଡ୍ ଷ୍ଟେସନ୍ ରୋଡ଼ରେ ଓହ୍ଲାଇଥିଲା । ଏହି ସମୟରେ ସେଠାରେ ଥିବା ପୋଲିସ ତାକୁ ଧରିଥିଲା । ସତ୍ୟବ୍ରତ ସହିତ ତାର ଆଉ ଦୁଇ ଜଣ ସହଯୋଗୀ ସୌମ୍ୟ ରଞ୍ଜନ ପରିଡ଼ା, ଓ କୈଳାଶ ଚନ୍ଦ୍ର ବେହେରା ମଧ୍ୟ ଧରାପଡ଼ିଛନ୍ତି । କିନ୍ତୁ ଚତୁର୍ଥ ଅଭିଯୁକ୍ତ ଏବେବି ଫେରାର ରହିଛି ।
ଅନ୍ୟପକ୍ଷରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ତାର ଡାକ୍ତରୀମାଇନା ମଧ୍ୟ କରାଇଛି । ପୋଲିସ ଅନ୍ୟଜଣଙ୍କୁ ଧରିବାକୁ ଧରପଗଡ଼ ଜାରି ରଖିଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ କରିଛି । ସେ ହୋଟେଲକୁ ଗୋଟିଏ ରୁମକୁ ଏତେ ଜଣେ ଗଲେ କେମିତି, ନିଶା କାରବାର ହେଲା କେମିତି ସେ ନେଇ ଖୋଳତାଡ଼ କରୁଛି ପୋଲିସ ।