ମାଲକାନଗିରି, ମାର୍ଚ୍ଚ ୨୨(ଖବର ଓଡ଼ିଶା): ମାଲକାନଗିରି ବଣ୍ଡାଘାଟିରେ ସୀତାକୁଣ୍ଡରୁ ଜଳ ଯିବ ଅଯୋଧ୍ୟା । ରାମ ମନ୍ଦିର ନିର୍ମାଣରେ ଏହି ଜଳ ଲାଗି ହେବ ବୋଲି ବହୁ ସାଧୁସନ୍ଥ ଏହି ସଂଗ୍ରହ କରିବା ପାଇଁ ଓଡ଼ିଶା ପହଞ୍ଚିଛନ୍ତି ।
ତେବେ ଏନେଇ ଆଜି ଏକ ବିରାଟ ସମାରୋହ ଆୟୋଜନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ବଣ୍ଡାଘାଟିରେ ଜଳ ସଂଗ୍ରହ ସମାରୋହରେ ଯୋଗ ଦେଇଥିଲେ ।
ଆଜି ଦିନ ୧୧ ଟା ସମୟରେ ବଣ୍ଡାଘାଟିର ସୀତାକୁଣ୍ଡରେ ପହଞ୍ଚି ସାଧୁସନ୍ଥଙ୍କ ସହ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟପାଳ ଏଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି ।
ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିିବ ବୋଲି ସୂଚନା ରହିଛି ।
ଅନ୍ୟପଟେ ଆଜି ରାଜ୍ୟପାଳଙ୍କ ଗସ୍ତକୁ ନେଇ ପୁରା ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିଲା ।