ଅଙ୍ଗନବାଡ଼ି ଆସି ଚାଲିଗଲା ଦୁଇ ନିରୀହଙ୍କ ଜୀବନ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ । ଦୁଇ ଜଣ କୁନି ଶିଶୁ ଆଜି ସକାଳୁ ଘରୁ ବାହାରି ଅଙ୍ଗନବାଡ଼ି କେନ୍ଦ୍ର ଆସିଥିବା ବେଳେ, ପୋଖରୀରେ ବୁଡ଼ିଯାଇଥିଲେ । ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ସେମାନଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପୋଖରୀରେ ବୁଡ଼ି ଯାଇଥିଲେ |