ଗାଁ ରେ ବୁଲୁଛି ଭାଲୁ khabar odisha :03/03/2024 Share story: ଗାଁ ରେ ବୁଲୁଛି ଭାଲୁ । ରାତିହେଲେ ଗାଁ ରେ ଭାଲୁ ବୁଲୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ଖୁଂଟା ଥାନା ଅଂଚଳରେ । ଯାହାର ଦୃଶ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି ରେ କଏଦ ହୋଇଛି । ଭିଡିଓ ଟିରେ ଭାଲୁଟି ଘର ଆଗରେ ଖାଦ୍ୟ ଖୋଜୁଥିବାର ଦେଖିବାକୁ ମିଳିଛି । ଏବଂ ଭାଲୁଟିର ବୟସ ପାଖାପଖି ୧ ବର୍ଷ ରୁ ଦେଢ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଯାହାକୁ ଦେଖି ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଖବର ପାଇ ବନ ବିଭାଗ ଭାଲୁଟିକୁ ଖୋଜୁଥିଲେ ମଧ୍ୟ ତାର ପତା ପାଉ ନାହିଁ । ଏବଂ ଭାଲୁଟି ପାଖରେ ଥିବା କିମ୍ଭିରା ହୁଡିରୁ ଆସିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ତେବେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ସହର ମୁହାଁ ହୋଇଥିବା ଅନୁମାନ କରାଯାଉଛି । ବିଭିନ୍ନ ସମୟରେ ବନ୍ୟଜନ୍ତୁମାନେ ଖାଦ୍ୟ ପାଇଁ ଗାଁ ଓ ସହରକୁ ଆସି ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ : ବିରଳ କଇଁଛ ଜବତ Bear Odisha Henilprava Swain, Author, 03/03/2024