ବିଷମକଟକ ଥାନା ଅନ୍ତର୍ଗତ କିରିବିରୀ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଙ୍ଗଲ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ଯୁବତୀ ଜଣଙ୍କ ବିଷମ କଟକ ବ୍ଲକ କଲୋନୀର ନିତୁ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଦୀର୍ଘ ଦିନ ହେବ ନିତୁ ଗୁଣୁପୁର ମରାଠିଗୁଡାର ମାନୁଆଲ ସବର ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଓ ବିବାହ କରିବାକୁ ଚାହୁଁଛି କହି ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଯିବା ଆସିବା କରୁଥିଲେ । ହେଲେ ଯୁବତୀଙ୍କ ପରିବାର ଲୋକ ମନା କରିଦେବାରୁ ସୋମବାର ଅପରାହ୍ନରେ ଯୁବକ ଜଣଙ୍କ ନିତୁଙ୍କୁ ଫୋନ କରି ଡାକିଥିଲେ । ଏହାପରେ ପାଖ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ଯାହାକୁ ନେଇ ନିତୁଙ୍କ ପ୍ରେମିକ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି ।
ତେବେ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି।