ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ
Khabar Odisha:vigilance-raid-in-BLOCK-office-JUNIOR-engineers-home
ଭୁବନେଶ୍ୱର,ନଭେମ୍ବର 25 (ଖବର ଓଡିଶା)

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ    ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଶ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି   ଗିରିଶଙ୍କ ଘର ସମେତ ବ୍ଲକ ଅଫିସରେ ରେଡ୍ ଚାଲିଛି  

କନିଷ୍ଠ ଯନ୍ତ୍ରୀ ଗିରିଶ କୁମାର ପାତ୍ରଙ୍କ ନାଁରେ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସର ଟିମ ଚଢାଉ କରିଛି । ଗିରିଶଙ୍କ ଆଦର୍ଶପଡା ଠାରେ ଥିବା ଘରେ ଓ  ବ୍ଲକ ଅଫିସରେ ଚଢାଉ ହୋଇଛି  । ଏଥିପାଇଁ ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି । ତେବେ ଗିରିଶଙ୍କ ଜାଗାବାଡି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା ଭିଜିଲାନ୍ସର ହସ୍ତଗତ ହୋଇଛି  । ଏହି ସବୁର ଆକଳନ କରୁଛି ଭିଜିଲାନ୍ସ ଟିମ୍ ।

  • Tags:

Subscribe

National International State Sports Entertainment